ଉତରପଶ୍ଚିମ ବଙ୍ଗୋପ ସାଗରର ପଶ୍ଚିମବଙ୍ଗ - ବାଙ୍ଗଲାଦେଶ ଉପକୂଳ ଉପରେ ରହିଛି ଗଭୀର ଅବପାତ
ଭୁବନେଶ୍ୱର, ୨୯ ମଇ (ହି.ସ.)- ଉତରପଶ୍ଚିମ ବଙ୍ଗୋପ ସାଗରର ପଶ୍ଚିମବଙ୍ଗ - ବାଙ୍ଗଲାଦେଶ ଉପକୂଳ ଉପରେ ରହିଥିବା ଅବପାତ ଗତ ୩ ଘଂଟା ହେଲା ପ୍ରାୟତଃ ଉତର ଦିଗରେ ଘଂଟା ପ୍ରତି ୨୦ କି.ମି. ବେଗରେ ଗତି କରୁଛି । ଏହା କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ କେନ୍ଦ୍ରୀଭୂତ ରହିଛି । ଏହା ସାଗରଦୀପ ଠାରୁ ୬୦ କି.ମି.
ଉତରପଶ୍ଚିମ ବଙ୍ଗୋପ ସାଗରର ପଶ୍ଚିମବଙ୍ଗ - ବାଙ୍ଗଲାଦେଶ ଉପକୂଳ ଉପରେ ରହିଛି ଗଭୀର ଅବପାତ


ଭୁବନେଶ୍ୱର, ୨୯ ମଇ (ହି.ସ.)- ଉତରପଶ୍ଚିମ ବଙ୍ଗୋପ ସାଗରର ପଶ୍ଚିମବଙ୍ଗ - ବାଙ୍ଗଲାଦେଶ ଉପକୂଳ ଉପରେ ରହିଥିବା ଅବପାତ ଗତ ୩ ଘଂଟା ହେଲା ପ୍ରାୟତଃ ଉତର ଦିଗରେ ଘଂଟା ପ୍ରତି ୨୦ କି.ମି. ବେଗରେ ଗତି କରୁଛି । ଏହା କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇ କେନ୍ଦ୍ରୀଭୂତ ରହିଛି । ଏହା ସାଗରଦୀପ ଠାରୁ ୬୦ କି.ମି. ଦକ୍ଷିଣ ପୂର୍ବରେ, ଦିଘା ଠାରୁ ୧୧୦ କି.ମି. ପୂର୍ବ-ଦକ୍ଷିଣ ପୂର୍ବରେ, ବାଲେଶ୍ୱର ଠାରୁ ୨୬୦ କି.ମି. ପୂର୍ବରେ, (ବାଙ୍ଗଲାଦେଶ)ର ମୋଙ୍ଗଲା ଠାରୁ ୧୮୦ କି.ମି. ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଏବଂ (ବାଙ୍ଗଲାଦେଶ)ର ଖେପୁପାରା ଠାରୁ ୧୮୦ କି.ମି. ପଶ୍ଚିମରେ ରହିଛି । ଏହା ପ୍ରାୟତଃ ଉତର ଦିଗରେ ନିଜର ଗତି ଜାରି ରଖିବା ସହ ପଶ୍ଚିମବଙ୍ଗ - ବାଙ୍ଗଲାଦେଶ ଉପକୂଳକୁ ସାଗର ଦୀପ ଓ (ବାଙ୍ଗଲାଦେଶ)ର ଖେପୁପାରା ମଧ୍ୟରେ ଆଜି ଅପରାହ୍ନରେ ଅତିକ୍ରମ କରିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande