ଭୁବନେଶ୍ୱର, ୨୯ ମଇ(ହି.ସ.) - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଅନୁଗୋଳ ଓ କୋଲାଡ ଟ୍ରକ ମାଲିକ ସଂଘର ପ୍ରତିନିଧିଦଳଙ୍କ ଉପସ୍ଥିତିରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ଭେଟିଛନ୍ତି ।
ଏହି ଆଲୋଚନା କାଳରେ ଟ୍ରକ ମାଲିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା । ଟ୍ରକ୍ ମାଲିକ ଏବଂ ଚାଳକଙ୍କ କଲ୍ୟାଣ ସୁନିଶ୍ଚିତ କରିବା, ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ତଥା ଖଣି ପାର୍ଶ୍ୱବର୍ତୀ ଅଂଚଳର ସର୍ବାଙ୍ଗିନ ବିକାଶ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ପ୍ରସଙ୍ଗଗୁଡ଼ିକ ସମ୍ଭାବ୍ୟ ସମାଧାନ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରତିଶ୍ରୁତି ଦେଇଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା