ଜିଲା ଯୋଗାଣ ଅଧିକାରିଙ୍କ କାଯ୍ୟାଳୟରେ ଚାଷୀଙ୍କ ଧାରଣା, ଦାବିପତ୍ର ପ୍ରଦାନ
ଜୟପୁର, ୨୯ ମଇ (ହି.ସ.)- କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ଆଜି ବିକ୍ଷୋଭ ଧାରଣା ଦେବା ସହ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲାରେ ତୁରନ୍ତ ରବି ମଣ୍ଡି ଖୋଲିବା ଦାବିରେ ଚାଷି ମାନେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ଆସି ଜିଲା ଯୋଗାଣ ଅଧିକାରିଙ୍କ କାଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟ ଜ
ଜିଲା ଯୋଗାଣ ଅଧିକାରି ଙ୍କ କାଯ୍ୟାଳୟରେ  ଚାଷୀଙ୍କ   ଧାରଣା, ଦାବି ପତ୍ର ପ୍ରଦାନ


ଜୟପୁର, ୨୯ ମଇ (ହି.ସ.)- କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ଆଜି ବିକ୍ଷୋଭ ଧାରଣା ଦେବା ସହ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲାରେ ତୁରନ୍ତ ରବି ମଣ୍ଡି ଖୋଲିବା ଦାବିରେ ଚାଷି ମାନେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ଆସି ଜିଲା ଯୋଗାଣ ଅଧିକାରିଙ୍କ କାଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟ ଜିଲା ଯୋଗାଣ ଅଧିକାରି ପ୍ରଦୀପ କୁମାର ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ରବି ମଣ୍ଡି ଡିଏଲପିସି ବୈଠକ ନିଷ୍ପତ୍ତି ଅନୁସାରେ ୨୫ା୫ା୨୫ ତାରିଖରେ ଜିଲାରେ ଧାନ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ, ପ୍ରଶାସନ ନିଜ ଇଛା ମୁତାବକ ଜୁନ ୫ ତାରିଖରେ ମଣ୍ଡି ଖୋଲିବାକୁ ଏକ ପାଖିଆ ନିଷ୍ପତ୍ତି ଗ୍ରହଣ କରି ଗଣତନ୍ତ୍ର ପ୍ରତି କୁଠାରଘାତ କରିଛି । କାହା ସ୍ୱାର୍ଥରେ ମଣ୍ଡି ବନ୍ଦ କରାଯାଇଛି ବୋଲି ଚାଷି ପ୍ରଶ୍ନ କରିଛନ୍ତି । ବର୍ତମାନ ଶିଘ୍ର ମୌସୁମି ଆସିଥିବା ବେଳେ ଚାଷି ଚିନ୍ତାରେ ପଡିଛନ୍ତି । ମୌସୁମି ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ମଣ୍ଡି ପରିଚାଳନାରେ ବାଧା ସୃଷ୍ଟି ହେବ । ଯଦ୍ୱାରା ଚାଷି କ୍ଷତିଗ୍ରସ୍ତ ହେବେ । କେବେ ମଣ୍ଡି ଖୋଲା ହେବା ଟଙ୍କା ଆସିବ ଚାଷି ପୁଣି ଖରିଫ ଫସଲ ପାଇ ପ୍ରସ୍ତୁତ ହେବ । ଏଣୁ ପ୍ରଶାସନ ତୁରନ୍ତ ମଣ୍ଡି ଖୋଲିବା ସହ ବାହାର ଜିଲାର ମିଲର ପ୍ରତିନିଧି ରୁପେ ସ୍ଥାନୀୟ ମିଲରଙ୍କୁ ଏଜେଣ୍ଟ ରୁପେ ନିଯୁକ୍ତି ଦିଆନଯାଉ । ଏବଂ ଗତ ଖରିଫରେ ଚାଷି ମଣ୍ଡିରେ ବିକ୍ରି କରିଥିବା ଖାଲି ଅଖା ଓ ହେଣ୍ଡଲିଙ୍ଗ ଚାର୍ଜ ଟଙ୍କା ଚାଷିଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ସହିତ ତୁରନ୍ତ ମଣ୍ଡି ଆରମ୍ଭ କରି ଧାନ କ୍ରୟ କରାନଗଲେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ।

ମଞ୍ଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନ ଓ ଜିଲା ପରିଷଦର ଉପ ସଭାପତି ରାଧା ବିନୋଦ ସମାନ୍ତରାୟଙ୍କ ନେତୃତ୍ଵରେ ଚାଷି ମାନେ ଏକତ୍ରିତ ହୋଇ ବିକ୍ଷୋଭ, ଧାରଣା ଦେଇଥିଲେ । ଏନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରି ପ୍ରଦୀପ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ୨୫ ତାରିଖରେ କୁନ୍ଦୁରାରେ ମଣ୍ଡି ହେବା ନେଇ ସ୍ଥିର ହୋଇଥିଲା । କିନ୍ତୁ କୁନ୍ଦାରରେ ଧାନ ଅମଳ ହୋଇ ନଥିବା ସୂଚନା ଆସିଥିଲା । ଏହା ସହ ୩୫ଟି ବାହାର ମିଲର ତାଲିକା ପହଞ୍ଚିଛି । ୨ ତାରିଖରେ ମଣ୍ଡି ଖୋଲିବାକୁ ପ୍ରଶାସନ ଚେଷ୍ଟା କରୁଛି । ଚାଷିଙ୍କ ସମସ୍ୟା ପ୍ରତି ପ୍ରଶାସନ ଅବଗତ ଅଛି । ଚାଷିଙ୍କ ଧାନ ଯେପରି ଉଠିବ ସେଥି ପ୍ରତି ପ୍ରଶାସନ ଗୁରୁତ୍ୱ ଦେବ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande