ବସ ପଛରେ ଧକ୍କାଦେଲା ହାଇୱା, ଅଳ୍ପକେ ବର୍ତିଲେ ଯାତ୍ରୀ
କୋରେଇ, ୨୯ ମଇ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଖରାପ ହୋଇ ଛିଡା ହୋଇଥିବା ଏକ ଘରୋଇ ବସ ପଛରେ ହାଇୱା ଧକ୍କା ଦେବାରୁ ବସର ପଛ ଭାଂଗି ଯାଇଥିବା ବେଳେ ଅଳ୍ପକେ ଯାତ୍ରୀ ବର୍ତି ଯାଇଛନ୍ତି । ପ୍ରକାଶ ଯେ, ଆସନସୋଲର ସନ୍ତୋଷୀ ନାମକ ଏକ ଘରୋଇ ବସ ନମ୍ବର( ଡବ୍ଲୁ ବି ୩୯ବି ୫
ବସ ପଛରେ ଧକ୍କାଦେଲା ହାଇୱା, ଅଳ୍ପକେ ବର୍ତିଲେ ଯାତ୍ରୀ


କୋରେଇ, ୨୯ ମଇ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଖରାପ ହୋଇ ଛିଡା ହୋଇଥିବା ଏକ ଘରୋଇ ବସ ପଛରେ ହାଇୱା ଧକ୍କା ଦେବାରୁ ବସର ପଛ ଭାଂଗି ଯାଇଥିବା ବେଳେ ଅଳ୍ପକେ ଯାତ୍ରୀ ବର୍ତି ଯାଇଛନ୍ତି । ପ୍ରକାଶ ଯେ, ଆସନସୋଲର ସନ୍ତୋଷୀ ନାମକ ଏକ ଘରୋଇ ବସ ନମ୍ବର( ଡବ୍ଲୁ ବି ୩୯ବି ୫୧୪୯) ଭଂଜନଗର ଆସୁଥିବା ବେଳେ ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ଠାରେ ଗାଡି ଖରାପ ହେବାରୁ ରାସ୍ତାରେ ଛିଡା କରିଥିଲା । ପଛରୁ ଏକ ହାଇୱା ନମ୍ବର ( ଓଡି୨୨ଜି ୩୧୮୨) ଆସି ବସ ପଛରେ ମାଡ କରିଥିଲା । ଯାହା ଫଳରେ ବସର ପଛ ଭାଂଗିଯାଇଥିଲେ ବି ଯାତ୍ରୀ ମାନେ ବର୍ତି ଯାଇଥିଲେ । ଘଟଣାସ୍ଥଳରେ ପାଣିକୋଇଲି ପୁଲିସ ପହଂଚି ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande