ଜୟପୁର, ୨୯ ମଇ (ହି.ସ.)- ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ପ୍ରବଣ ଅଞ୍ଚଳରେ ମାଓବlଦୀଙ୍କୁ ପୁରା ନିପlତ କରିବାକୁ ଅଣ୍ଟା ଭିଡିଥିବା ବେଳେ ଏକ ଘଟଣା କ୍ରମରେ ଜୟପୁର ଏସଡିପିଓ ପାର୍ଥ କlଶ୍ୟପଙ୍କର ନେତ୍ୱତ୍ୱରେ ଏକ ଟିମ ମାଓ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ବୈପାରୀଗୁଡାର ଘଞ୍ଚ ଅରଣ୍ୟ ମଧ୍ୟରେ କୁମ୍ବିଙ୍ଗ ଅପରେସନ ଜୋରଦାର କରୁଥିବା ବେଳେ ଜଙ୍ଗଲ ମଧ୍ୟରୁ ଛତିଶଗଡ଼ ଅଞ୍ଚଳର ବିଜlପୁର ଜିଲ୍ଲାର ଉସର୍ ପଞ୍ଚlୟତର ଜନlଗୁଡ଼l ଗ୍ରାମର ସ୍ଵର୍ଗତ କୁଞ୍ଜମ ଲେକମା ଙ୍କର୍ ପୁଅ କୁଞ୍ଜମ୍ ହିଡିମାକୁ ଧରିବାରେ ଜିଲ୍ଲା ପୋଲିସ୍ ଓ ଡି ଭିଏଫ ଟିମ୍ ସଫଳ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଏସପି ରୋହିତ ବର୍ମl ପ୍ରକାଶ କରିଛନ୍ତି l ତl ନିକଟରୁ ଏକେ ୪୭ ରାଇଫଲ ଗୋଟେ, ୩୫ ରାଉଣ୍ଡ ଗୁଳି, ୯୦ଟି ବିଦ୍ୟୁତ୍ ଡିଟୋନେଟର, ବନ୍ଧୁକ ପାଉଡର ଦୁଇ କେଜି, କିଛି ମାଓ ପୋଷ୍ଟର, ଏକ ଟର୍ଚ୍ଚ ଓ ଅନ୍ଯାନ୍ଯ ମାଓ ସାମଗ୍ରୀ ଜବତ କରାଯାଇଛି l
ସୂଚନାଯୋଗ୍ୟ, ହିଡିମା ଓରଫ ମୋହନ ମାଓ କ୍ୟାମ୍ପରେ ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା l ଜିଲ୍ଲାର ବିଭିନ୍ନ ମାଓ ଆକ୍ରମଣ ଘଟଣାରେ ସେ ସଂପୃକ୍ତ ଥିବା ସହ ତା ନାମରେ ଚାରି ଲକ୍ଷ ଟଙ୍କାର ଆର୍ଥିକ ରାଶି ପୁରସ୍କlର ଥିଲା। କେବଳ ସେତିକି ନୁହେଁ ଏ ଘଟଣାରେ ତାଙ୍କର ତିନି ଜଣ ସହଯୋଗୀ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ହିଡିମା ଧରାପଡ଼ିଛି l ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜମ ହିଡିମା ଏଲିୟସ ମୋହନକୁ ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ଗିରଫ କରିଥିଲା ପୋଲିସ । ସେ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି ରୋହିତ ବର୍ମା। ତାକୁ ଧରିବା ପାଇଁ ୪ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ଛତିଶଗଡ ସରକାର ୮ ଲକ୍ଷ ପୁରସ୍କାର ରଖିଥିବା ପୋଲିସ କହିଛି । ସେ ଛତିଶଗଡ ଓ ଓଡ଼ିଶାରେ ମାଓ ହିଂସା କାଣ୍ଡରେ ଜଡ଼ିତ ଥିଲା । ସେ କୋରାପୁଟ ଜିଲ୍ଲାର ୪ଟି ଓ ମାଲକାନଗିରି ଜିଲ୍ଲାର ୩ଟି ବଡ ମାଓ ହିଂସା କାଣ୍ଡରେ ଜଡ଼ିତ ଥିଲା । ୨୦୦୭ ମସିହାରେ ମାତ୍ର ୧୪ ବର୍ଷ ବୟସରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା । ଆନ୍ଧ୍ର -ଓଡ଼ିଶା ବୋର୍ଡର ଜୋନାଲ କୋରାପୁଟ ପୋଲିସକୁ ମିଳିଛି ବଡ ସଫଳତା । ଏକେ ୪୭ ବନ୍ଧୁକ, ୩୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟାଏ ମାଗାଜିନ୍, ୨୭ଟି ଡିଟୋନେଟର, ୯୦ ଗୋଟି ତାର ବିହୀନ ଡିଟୋନେଟର, ଗାଁ ପାଉଡର ୨କିଲୋ, ୨ଟି ଷ୍ଟିଲ ଟିଫିନ୍ ବାକ୍ସ ,୨ଟି ରେଡ଼ିଓ , ୨ ଟି ଇୟର ଫୋନ୍, ଗୋଟାଏ ୱାକିଟକି ,୨ଟି ଛୁରୀ, ୪ଟି ଟର୍ଚ୍ଚ ଲାଇଟ ମାଓ ପୁସ୍ତକ, ମେଡିସିନ, ପୋଷାକ ଆଦି ମାଓ ସାମଗ୍ରୀ ଜବତ କରିଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପିକେପି