ତାମିଲନାଡ଼ୁରେ ଭୀଷଣ ବର୍ଷା, କେତେକ ଜିଲ୍ଲାରେ ରେଡ୍ ଆଲର୍ଟ : ନୀଳଗିରିର ପର୍ଯ୍ୟଟନ ସ୍ଥଳ ବନ୍ଦ
ନୀଳଗିରି, ୨୯ ମଇ (ହି.ସ.)- ତାମିଲନାଡ଼ୁରେ ଭୀଷଣ ବର୍ଷା ହୋଇଛି । ଭୀଷଣ ବର୍ଷାରେ ନୀଳଗିରି ଜିଲ୍ଲାର କେତେକ ସ୍ଥାନରେ ଭୂ-ସ୍ଖଳନ ଘଟି ଗଛ ପଡିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ନୀଳଗିରିର କେତେକ ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରିବା ଏବଂ ଅଧିକାରୀ ମାନଙ୍କୁ ସତର୍କ ରହିବା ନ
ତାମିଲନାଡ଼ୁରେ ଭୀଷଣ ବର୍ଷା, କେତେକ ଜିଲ୍ଲାରେ ରେଡ୍ ଆଲର୍ଟ : ନୀଳଗିରିର ପର୍ଯ୍ୟଟନ ସ୍ଥଳ ବନ୍ଦ


ନୀଳଗିରି, ୨୯ ମଇ (ହି.ସ.)- ତାମିଲନାଡ଼ୁରେ ଭୀଷଣ ବର୍ଷା ହୋଇଛି । ଭୀଷଣ ବର୍ଷାରେ ନୀଳଗିରି ଜିଲ୍ଲାର କେତେକ ସ୍ଥାନରେ ଭୂ-ସ୍ଖଳନ ଘଟି ଗଛ ପଡିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ନୀଳଗିରିର କେତେକ ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରିବା ଏବଂ ଅଧିକାରୀ ମାନଙ୍କୁ ସତର୍କ ରହିବା ନେଇ ନିର୍ଦ୍ଦେଶ ଦେଇଛି । ଇତିମଧ୍ୟରେ ପାଣିପାଗ ବିଭାଗ କୋୟମ୍ବଟୁର ସମେତ କେତେକ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ।

ନୀଳଗିରିରେ ଭୀଷଣ ବର୍ଷା ଯୋଗୁଁ ଜିଲ୍ଲାର କେତେକ ସ୍ଥାନରେ ଭୂସ୍ଖଳନ ଏବଂ ଗଛ ପଡିବା ଭଳି ଘଟଣା ଘଟିଛି । ଯାହାଦ୍ୱାରା କେତେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେତେକ ତଳିଆ ଅଂଚଳ ଜଳାର୍ଣ୍ଣବ ହୋଇଛି । ତାମିଲନାଡ଼ୁ ପାଣିପାଗ ବିଭାଗ କହିଛି ଯେ, ଥେନି ଏବଂ ତିରୁନେଲବେଲି ସହିତ ଅନ୍ୟ ୬ ଜିଲ୍ଲାକୁ ଭୀଷଣ ବର୍ଷା ନିମନ୍ତେ ରେଡ୍ ଆଲର୍ଟ ଜାରି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande