୩ ବର୍ଷ ହେଲା ଅଧପାନ୍ତରିଆ ହୋଇ ପଡ଼ିରହିଛି କାଲିମେଳା ଆଦର୍ଶ ଶ୍ମଶାନ
ମାଲକାନଗିରି,୨୯ ମଇ (ହି.ସ.) - ପୂର୍ବ ସରକାର ଅମଳରେ ବିଦ୍ୟାଳୟ ସହିତ ଶ୍ମଶାନ ଗୁଡ଼ିକର ରୂପାନ୍ତରୀକରଣ ଯୋଜନା ହେଲା । ଲକ୍ଷାଧୂକ ଟଙ୍କାର ବ୍ୟୟବରାଦ ମଧ୍ୟ ହୋଇଥିଲା । ମାଲକାନଗିରି ଜିଲ୍ଲା କାଲିମେଳା ମେଡ଼ିକାଲ ସମ୍ମୁଖରେ ଥିବା ଶ୍ମଶାନକୁ ଏକ ଆଦର୍ଶ ଶ୍ମଶାନରେ ପରିଣତ କରିବାକୁ ଯୋଜନା ହୋଇଥିଲା । ହେଲେ
୩ ବର୍ଷ ହେଲା ଅଧପାନ୍ତରିଆ ହୋଇ ପଡ଼ିରହିଛି କାଲିମେଳା ଆଦର୍ଶ ଶ୍ମଶାନ


ମାଲକାନଗିରି,୨୯ ମଇ (ହି.ସ.) - ପୂର୍ବ ସରକାର ଅମଳରେ ବିଦ୍ୟାଳୟ ସହିତ ଶ୍ମଶାନ ଗୁଡ଼ିକର ରୂପାନ୍ତରୀକରଣ ଯୋଜନା ହେଲା । ଲକ୍ଷାଧୂକ ଟଙ୍କାର ବ୍ୟୟବରାଦ ମଧ୍ୟ ହୋଇଥିଲା । ମାଲକାନଗିରି ଜିଲ୍ଲା କାଲିମେଳା ମେଡ଼ିକାଲ ସମ୍ମୁଖରେ ଥିବା ଶ୍ମଶାନକୁ ଏକ ଆଦର୍ଶ ଶ୍ମଶାନରେ ପରିଣତ କରିବାକୁ ଯୋଜନା ହୋଇଥିଲା । ହେଲେ ସରକାର ବଦଳିବା ପରେ ଆଦର୍ଶବିହୀନ ଶ୍ମଶାନରେ ପରିଣତ ହୋଇଛି ଆଦର୍ଶ ଶ୍ମଶାନ । ଦିନକୁ ଦିନ କାଠର ଅଭାବ ଯୋଗୁଁ ଶବଦାହ କରିବା କଷ୍ଟକର ହୋଇପଡୁଛି । ଏହାକୁ ଦୃଷ୍ଟିରେ ରଖି ଶ୍ମଶାନର ରୂପାନ୍ତିକରଣ କରି ସିଏନଜି ଚୁଲା କରିବାକୁ ନିଷ୍ପତି ନେଇଥିଲେ ପୂର୍ବ ସରକାର। ୨୦୨୨ରେ କାଲିମେଳା ଶ୍ମଶାନର ରୂପାନ୍ତିକରଣ ପାଇଁ ୪୫ଲକ୍ଷ ବ୍ୟୟ ବରାଦ ହୋଇଥିଲା । ସିଏନ୍‌ଜି ଚୁଲା ସହ ଆଲୋକୀକରଣ ଓ ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ଥିଲା । ହେଲେ ସରକାର ବଦଳିବା ପରେ ଆଦର୍ଶ ଶ୍ମଶାନ ଆଦର୍ଶ ବିହୀନ ହୋଇପଡ଼ିଛି । ବଣ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଯାଇଛି । ସିଏନ୍‌ଜି ଚୁଲାରେ କଳଙ୍କି ଲାଗି ଗଲାଣି । ପ୍ୟାନେଲ ବୋର୍ଡ଼ ସହ ଆନୁସଙ୍ଗିକ ଯନ୍ତ୍ରପାତି ସବୁ ନଷ୍ଟ ହୋଇଗଲାଣି ।

ଏସ୍‌ସିଏ ଯୋଜନାରେ ସିଏନ୍‌ଜି ଚୁଲା ସ୍ଥାପନ ପାଇଁ ୨୦୨୨ରେ ବ୍ଳକ ପ୍ରଶାସନ ତରଫରୁ ଟେଣ୍ଡର ଆହ୍ୱାନ ହୋଇଥିଲା । ୨୫ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ସିଏନ୍‌ଜି ଗ୍ୟାସ ବ୍ୟବହାର କରି ଶବଦାହ କରିବା ସୁବିଧା ରହିଥିଲା । ଏହାସହ ସୌନ୍ଦର୍ଯ୍ୟକରଣ ପାଇଁ ୨୦୨୨-୨୩ ଆର୍ôଥକ ବର୍ଷରେ ମନରେଗାରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ହୋଇଥିଲା । ପକ୍କା ରାସ୍ତା ସହ ଶ୍ମଶାନକୁ ସମତୁଲ କରାଯିବ । ଆଲୋକୀକରଣ ସହ ଏକ ଶିବ ମୂର୍ତି ସ୍ଥାପନ କରି ଶ୍ମଶାନକୁ ଆଦର୍ଶ ଶ୍ମଶାନରେ ପରିଣତ କରିବାକୁ ଲକ୍ଷ୍ୟ ରହିଥିଲା । ହେଲେ ପ୍ରଶାସନର ଅବହେଳା କାରଣରୁ ୩ବର୍ଷ ହେଲା କାମ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ବ୍ଲକ ପ୍ରଶାସନ ଗୁରୁତ୍ୱ ନଦେବାରୁ କାଲିମେଳାର ସର୍ବପୁରାତନ ଶ୍ମଶାନର ଅବସ୍ଥା ଦୟନୀୟ ହୋଇପଡ଼ିଛି । ସୁବିଧାରେ ଶେଷକୃତ୍ୟ କରାଯିବ କ'ଣ ଦାହସଂସ୍କାର ପାଇଁ ଯାଉଥିବା ଲୋକଙ୍କ ସମସ୍ୟା ବଢ଼ିଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande