ଜୟପୁର, ୨୯ ମଇ (ହି.ସ.)- ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ ଏବଂ ତାର କାର୍ଯ୍ୟକାରିତା ବିଷୟରେ ଆଇନ ସଚେତନତା ଶିବିର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ଆନୁକୂଲ୍ୟରେ ଆଜି ବାଲିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁନ୍ତରଖୋଲ ଗ୍ରାମରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଜିଲ୍ଲା ଆଇନ ସେବାପ୍ରାଧିକରଣର ସଚିବ ତଥା ବିଚାରପତି ଶ୍ରୀମତୀ ପ୍ରଦ୍ୟେମୟୀ ସୁଜତା । ଅନ୍ୟ ଅତୀଥି ମାନଙ୍କ ମଧ୍ୟରେ ଡଃ. ବି. ଗାୟତ୍ରୀ ଦେବୀ, ସ୍ପେସିଆଲ ପି.ପି, ସ୍ପେସିଆଲ କୋର୍ଟ ପୋକ୍ସ ଜୟପୁର, କେ. ଦିବାକର ରାଓ, ଡେପୁଟି ଲିଗାଲ ଏ଼ଡ୍ ଡିଫେନ୍ସ କାଉନସେଲ, ଜୟପୁର, ସୁଶ୍ରୀ ଗିତାଞ୍ଜଳି ଧୋଳ, ଆସିଷ୍ଟାଣ୍ଟ ଡେପୁଟି ଲିଗାଲ ଏଡ୍ ଡିଫେନ୍ସ କାଉନସେଲ, ଜୟପୁର, ଯୋଗଦେଇଥିଲେ। ଶିବିରରେ ଉପସ୍ଥିତ କୁନ୍ତରଖୋଲ ଗ୍ରାମବାସୀ ମାନଙ୍କୁ ସଚେତନତା ବାର୍ତ୍ତା ମାଧ୍ୟମରେ ଜଣାଇଥିଲେ ଯେ, ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ପ୍ରତିଷ୍ଠା ଏବଂ ଜନ ଉପଯୋଗୀ ସେବା ଦ୍ୱାରା ସାର୍ବଜନୀନ ଉପଯୋଗୀତାଗୁଡ଼ିକ ଏପରି ସାମଗ୍ରୀ ଏବଂ ସେବା ଯୋଗାଣ ପାଇଁ ଉଦ୍ଦିଷ୍ଟ ଯାହା ଅତ୍ୟାବଶ୍ୟକ ବୋଲି ବିବେଚନା କରାଯାଏ ଯଥା ପାଣି, ଗ୍ୟାସ, ବିଦ୍ୟୁତ୍, ଟେଲିଫୋନ୍, ଅପଚୟ ନିଷ୍କାସନ ଏବଂ ଅନ୍ୟାନ୍ୟ ଯୋଗାଯୋଗ ବ୍ୟବସ୍ଥା ସାର୍ବଜନୀନ ଉପଯୋଗୀତା ବଜାରର ଅଧିକାଂଶ ଅଂଶକୁ ପ୍ରତିନିଧିତ୍ୱ କରେ ତାହା କିପରି ବିନା ଶୁ୍ଳ୍କରେ ସମାଧାନ ହୋଇପାରିବ । ଏବଂ ଜନସାଧାରଣ କିପରି ଉପଯୁକ୍ତ ନ୍ୟାୟ ପାଇପାରିବେ ତାହା ସଂକ୍ଷିପ୍ତ ଭାବରେ ଅବଗତ କରାଇଥିଲେ।
ଶିବିରଟିକୁ ପରିଚାଳନା କରିଥିଲେ ଦେବେନ୍ଦ୍ର କହଁର ଏବଂ ପାରା ଲିଗାଲ ସ୍ସେଚ୍ଛାସେବୀ ସୁଶ୍ରୀ ଦିପ୍ତି ନାୟକ ଶିବିରଟିକୁ ଆୟୋଜନ କରିବାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି