ପ୍ରଧାନମନ୍ତ୍ରୀ ମୋଦୀ ସିକ୍କିମର ଗଣତାନ୍ତ୍ରିକ ଯାତ୍ରା ଓ ବିକାଶର ପ୍ରଶଂସା କଲେ
ନୂଆଦିଲ୍ଲୀ, ୨୯ ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିକ୍କିମର ଗଣତାନ୍ତ୍ରିକ ଯାତ୍ରା ଓ ବିକାଶର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ୫୦ ବର୍ଷ ପୂର୍ବରୁ ସିକ୍କିମ ଗଣତନ୍ତ୍ରକୁ ବାଛିଥିଲା । ଆଜି ସିକ୍କିମର ପ୍ରତ୍ୟେକ ପରିବାରର ବିଶ୍ୱାସ ଆହୁରି ମଜବୁତ ହୋଇଛି । ଗଙ୍ଗଟୋକର ପାଲଜୋର
ପ୍ରଧାନମନ୍ତ୍ରୀ ମୋଦୀ ସିକ୍କିମର ଗଣତାନ୍ତ୍ରିକ ଯାତ୍ରା ଓ ବିକାଶର ପ୍ରଶଂସା କଲେ


ନୂଆଦିଲ୍ଲୀ, ୨୯ ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିକ୍କିମର ଗଣତାନ୍ତ୍ରିକ ଯାତ୍ରା ଓ ବିକାଶର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ୫୦ ବର୍ଷ ପୂର୍ବରୁ ସିକ୍କିମ ଗଣତନ୍ତ୍ରକୁ ବାଛିଥିଲା । ଆଜି ସିକ୍କିମର ପ୍ରତ୍ୟେକ ପରିବାରର ବିଶ୍ୱାସ ଆହୁରି ମଜବୁତ ହୋଇଛି ।

ଗଙ୍ଗଟୋକର ପାଲଜୋର ଷ୍ଟାଡ଼ିୟମରେ ସିକ୍କିମ ରାଜ୍ୟ ହେବାର ୫୦ତମ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ ସମ୍ବୋଧନରେ କହିଛନ୍ତି ଯେ, ଦେଶ ଏକଜୁଟ୍ ହୋଇ ଆତଙ୍କବାଦ ବିରୁଦ୍ଧରେ ଛିଡା ହୋଇଛି । ସେ ଗତ ମାସରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମାନବତା ଉପରେ ଆକ୍ରମଣ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅପରେସନ ସିନ୍ଦୁର ମାଧ୍ୟମରେ ଭାରତ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ସିକ୍କିମକୁ ବୌଦ୍ଧିକ ପର୍ଯ୍ୟଟନ ସ୍ଥଳ କରାଯିବ । ପର୍ଯ୍ୟଟନ କେବଳ ମନୋରଞ୍ଜନ ନୁହେଁ ବରଂ ବିବିଧତାର ଉତ୍ସବ ଅଟେ । ସିକ୍କିମରେ ସାହାସିକ ପର୍ଯ୍ୟଟନ, କ୍ରୀଡ଼ା ପର୍ଯ୍ୟଟନ, ସମ୍ମିଳନୀ, ୱେଲନେସ୍ ଏବଂ ସାଂସ୍କୃତିକ ପର୍ଯ୍ୟଟନର ବଡ ସମ୍ଭାବନା ରହିଛି । ଏଥିସହ ସେ ସିକ୍କିମରେ ବିକାଶମୂଳକ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଶିଳାନ୍ୟାସ ମଧ୍ୟ କରିଥିଲେ । ତନ୍ମଧ୍ୟରେ ଭାଲେଢୁଙ୍ଗା ସ୍କାଇବାକ ପ୍ରକଳ୍ପ, ନାମଚିରେ ୫୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ହସ୍ପିଟାଲ, ପେଲ୍ଲିଙ୍ଗରେ ରୋପ ୱେ ଏବଂ ସଂଖୋଲାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତି ସାମିଲ୍ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande