ପଡିଆବାହାଲ ବିଦ୍ୟୁତ ସେକ୍ସନରେ ରୁଗଣ ବିଦ୍ୟୁତ୍ ସେବା ଯୋଗୁଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲା ଆଂଚଳିକ ବିଦ୍ୟୁତ ଉପଭୋକ୍ତା ସଂଘ
ସମ୍ବଲପୁର, ୨୯ ମଇ (ହି.ସ.) ସମ୍ବଲପୁର ଜିଲ୍ଲା ପଡିଆବାହାଲ ବିଦ୍ୟୁତ ସେକ୍ସନ ଅଧୀନ ଅଂଚଳରେ ବିଦ୍ୟୁତ୍ ସେବା କମିବା ପରିବର୍ତେ ଦିନକୁ ଦିନ ବଢ଼ି ଚାଲିଥିବାରୁ ଏହାକୁ ନେଇ ଆଂଚଳିକ ବିଦ୍ୟୁତ ଉପଭୋକ୍ତା ସଂଘର ଏକ ବୈଠକରେ କ୍ଷୋଭ ପ୍ରକାଶ କରି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ନିଷ୍ପତି ନିଆଯାଇଛି। ସଂ
ପଡିଆବାହାଲ ବିଦ୍ୟୁତ ସେକ୍ସନରେ ରୁଗଣ ବିଦ୍ୟୁତ୍  ସେବା ଯୋଗୁଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲା ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସଂଘ


ସମ୍ବଲପୁର, ୨୯ ମଇ (ହି.ସ.) ସମ୍ବଲପୁର ଜିଲ୍ଲା ପଡିଆବାହାଲ ବିଦ୍ୟୁତ ସେକ୍ସନ ଅଧୀନ ଅଂଚଳରେ ବିଦ୍ୟୁତ୍ ସେବା କମିବା ପରିବର୍ତେ ଦିନକୁ ଦିନ ବଢ଼ି ଚାଲିଥିବାରୁ ଏହାକୁ ନେଇ ଆଂଚଳିକ ବିଦ୍ୟୁତ ଉପଭୋକ୍ତା ସଂଘର ଏକ ବୈଠକରେ କ୍ଷୋଭ ପ୍ରକାଶ କରି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ନିଷ୍ପତି ନିଆଯାଇଛି।

ସଂଘର ସଭାପତି ଆଶୁତୋଷ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାରମ୍ବାର ବିଜୁଳି କାଟ, ବିଜୁଳି ମରାମତି ରକ୍ଷଣା ବେକ୍ଷଣ ରେ ଅବହେଳା, ଗାଁ ମାନଙ୍କରେ ଝୁଲି ରହିଥିବା ତାର, ଅସୁରକ୍ଷିତ ଭାବେ ଥିବା ଟ୍ରାନ୍ସଫର ଗୁଡିକୁ ସ୍ଥାନାନ୍ତର ପ୍ରଭୃତି ବିଷୟରେ ଆଲୋଚନା କରାଯାଇ ଥିଲା। ଏହି ବୈଠକରେ ବିଦ୍ୟୁତ୍ ସମସ୍ୟା ବ୍ୟତୀତ, ଜୁଯୋମୁରା ଜୋନ-୧ ଅଂଚଳରେ ସ୍ୱତନ୍ତ୍ର ବ୍ଲକ ସ୍ଥାପନା, ହାତୀ ଉପଦ୍ର୍ୱ ଯୋଗୁଁ ଜନ ଜୀବନ ବିପଦ ଓ ଚାଷ ଉପରେ ବଡ଼ ପ୍ରଭାବ, ବାହାମ କଂଟାକୁ ପୁନଃଋଦ୍ଧାର କରାଯାଇ ଏକ ଆଦର୍ଶ ସରୋବରେ ପରିଣତ କରିବା, ପଡିଆବାହାଲ ଠାରେ ଏକ ଏକ ସଭା ଘର ଓ ବିଶ୍ରାମଗାର ପ୍ରତିଷ୍ଠା କରିବା ଭଳି ଜନହିତକର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ବାହାମ ସରପଂଚ ସରସ୍ୱତୀ ଭୋସାଗର, ଉପସଭାପତି ହରିହର ନାୟକ, କୋଷାଧକ୍ଷ ଅଶୋକ କୁମାର ପୁରୋହିତ, ସାଧାରଣ ସମ୍ପାଦକ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଦେବାନନ୍ଦ ଭୋସାଗର, ପ୍ରଦୀପ ଭୋଇ, ବିପିନ ବିହାରୀ ପ୍ରଧାନ, ସୁକାନ୍ତ ଶତପଥୀ, ଗୌର ଭୁଏ, ଅକୁର ମେହେର, ପ୍ରବୀଣ କୁମାର ସୁପକାର, ପ୍ରଦୀପ କୁମାର ବେହେରା, ଜେ ରଣା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande