କେନ୍ଦୁଝର, ୨୯ ମେ (ହି.ସ.) - ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ଇନ୍ଧନ ତୈଳ ପମ୍ପ ମାଲିକଙ୍କ ଏକ ବୈଠକ ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଜାତୀୟ ରାଜପଥ ପ୍ରାଧିକରଣ, କେନ୍ଦୁଝର ମହେଶ ଗାମି, ଡେପୁଟି ମ୍ୟାନେଜର ଟେକ୍ନିକାଲ ରଜତ କୁମାର, କେନ୍ଦୁଝର ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା, ରାଷ୍ଟ୍ରାୟତ ତୈଳ କମ୍ପାନୀର ଅଧିକାରୀ, ଜିଲ୍ଲାର ସମସ୍ତ ଇନ୍ଧନ ତୈଳ ବିକ୍ରେତା ଉପସ୍ଥିତ ଥିଲେ।
ବୈଠକରେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସମସ୍ତ ଇନ୍ଧନ ତୈଳ ପମ୍ପ ଗୁଡିକକୁ ଜାତୀୟ ରାଜପଥ ପ୍ରାଧିକରଣଙ୍କ ନିକଟରୁ ଏନଓସି ଆବେଦନ, ସମସ୍ତ ପମ୍ପରେ ଜନସାଧାରଣଙ୍କ ଲାଗି ଅତ୍ୟାବଶ୍ୟକ ସୁବିଧା ଯଥା ପାନୀୟ ଜଳ, ଶୌଚାଳୟ ଓ ଗାଡି ପ୍ରେସର ଉପଲବ୍ଧ କରାଇବା ସମେତ ଅଗ୍ନି ନିରାପତା, ବିସ୍ଫୋରକ ପ୍ରମାଣପତ୍ର ରଖିବାକୁ ଆଲୋଚନା ହୋଇଥିଲା।
ଅବଶ୍ୟ ଅନେକ ପ୍ରେଟ୍ରୋଲ ପମ୍ପରେ କୌଣସି ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ହେଉ ନଥିବାରୁ ଏ ଦିଗରେ ପ୍ରଶାସନ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ ରହିଛି । କେବଳ ଆଲୋଚନା କରି ଦେଲେ ସତ୍ୟ ସାମନାକୁ ଆସିବ ନାହିଁ ।
ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଭୁତି