ସମ୍ବଲପୁର, ୨୯ ମେ (ହି.ସ.) ସମ୍ବଲପୁର ଜିଲ୍ଲାର ପ୍ରମୁଖ ଚାଷକ୍ଷେତ୍ର ଚିପିଲିମା, ବର୍ତ୍ତମାନ ପ୍ରାୟ ଦୁଇଦିନ ହେଲା ପ୍ରାକ୍ ମୌସମୀ ବର୍ଷାରେ ବର୍ଷାରେ ବେହାଲ ହୋଇପଡିଛି, ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଛି l ବର୍ତ୍ତମାନ ଚାଷୀମାନେ ୬ମାସର କଷ୍ଟ ଉପାର୍ଜିତ ଅମଳପ୍ରାୟ ଧାନକୁ ଅମଳ କରୁଥିବାବେଳେ, ହଠାତ ବର୍ଷା ସେମାନଙ୍କ ନିଦ ହଜାଇଦେଇଛି l ଧାର କରଜ କରି ଚାଷୀ ଧାନ ଫସଲ କରଥିଲା l ଭାବିଥିଲା ଏବର୍ଷ ଭଲ ଧାନ ଆଦାୟ ହେବ, ବିକ୍ରିକରି ଧରକରଜ ପରିଶୋଧ କରିଦେବ l ହେଲେ ବିଡମ୍ବନା ଚାଷୀର ଅମଳପ୍ରାୟ ଧାନ କାହାର ଖଳାରେ ପଡିଥିବାବେଳେ କାହାର କ୍ଷେତରେ ପେଟା ପଡିଛି l ବର୍ତ୍ତମାନ ବର୍ଷାରେ କେତେକଙ୍କ ଧାନ ସମ୍ପୂର୍ଣ୍ଣ ଭିଜି ଯାଇଥିବାବେଳେ, କେତେକ ପାଳ ଗୋଡ଼ାଇ ରଖିଛନ୍ତି l ତଥାପି ଆଦ୍ରତା ବୃଦ୍ଧି ଯୋଗୁଁ ଚାଷୀଙ୍କୁ କ୍ଷତି ସହିବାକୁ ପଡିବ, ଅପର ପକ୍ଷରେ ମିଲର୍ସ ମାଲାମାଲ ହେବ l ସବୁଠୁ ବଡ଼ କଥା ଯେ ଦିନେ ଦୁଇଦିନ ମଧ୍ୟରେ ଖରା ନହେଲେ ଅନେକ ଚାଷୀଙ୍କ ଅମଳ ଧାନ ଗଜା ହୋଇଯିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ l ଏଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର କ୍ଷୟକ୍ଷତି ଉପରେ ନଜର ରଖି ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ