ଘଟଗାଁ, ୨୯/ମଇ (ହି. ସ )ପୂର୍ବତନ ନବୀନ ସରକାରଙ୍କ କାର୍ଯ୍ୟକଳରୁ ନୂତନ ମୋହନ ସରକାରଙ୍କୁ ନେଇ ଆଶା ଓ ଭାରଷା କରି ବୟସ ଅତିକ୍ରମ କରୁଥିଲେ ସୁଧା ଅଦ୍ୟାବଧି ସନାତନ ନାଏକ ପାଇଲେ ନାହିଁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଖଣ୍ଡେ।ଅନୁସନ୍ଧାନରୁ ଜଣା ପଡିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମନୋହରପୁର ଗ୍ରାମ ପଞ୍ଚାୟତ ଅଧୀନ ସୀତାବିଞ୍ଜ ଗ୍ରାମର ଘନଶ୍ୟାମ ନାଏକ ଙ୍କ ପୁଅ ସନାତନ ନାଏକ 80 ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ସୁଧା ଆବାସ ଗୃହ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଅବଶ୍ୟ ଧର୍ମକୁ ଆଖିଠାର ମାରିବା ଭଳି ମୋହନ ସରକାର ଅମଳରେ ଅନ୍ତୋଦ୍ୱୟ ଗୃହ ଯୋଜନାରେ ସାମିଲ ହୋଇଛନ୍ତି ସତ ହେଲେ ଗୃହ କାର୍ଯ୍ୟାଦେଶ ପାଇବାର ଦୁଇ ମାସ ବିତିଯାଇଥିଲେ ସୁଧା ଏପର୍ଯ୍ୟନ୍ତ କାର୍ଯ୍ୟାଦେଶର ପ୍ରଥମ ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ସନାତନ ନାଏକ। କାର୍ଯ୍ୟାଦେଶ ପାଇବା ପରେ ରହୁଥିବା ଘର ଖଣ୍ଡକ ଭାଙ୍ଗିଦେଲା ପରେ ପ୍ରଥମ କିସ୍ତିର ଅର୍ଥ ରାଶି ପାଇପାରୁ ନାହିଁ। ଏପଟେ ସରକାରଙ୍କ ନିୟମ ଗୃହ କାର୍ଯ୍ୟାଦେଶ ପାଇବାର ଏକ ବର୍ଷ ଭିତରେ ଗୃହ କାର୍ଯ୍ୟ ସମ୍ପୂର୍ଣ ନହେଲେ ଦିଆ ଯାଇଥିବା କାର୍ଯ୍ୟାଦେଶ କୁ ରଦ୍ଧ କରିବା ସହିତ ଦିଆ ଯାଇଥିବା ଅର୍ଥ ରାଶିକୁ ଆଦାୟ ନିମନ୍ତେ ଆଇନ ଅନୁଯାୟୀ ଦଣ୍ଡବିଧି ଵେବସ୍ତା ରହିଛି। ଦୁଃଖ ଓ ପରିତାପର ବିଷୟ କାର୍ଯ୍ୟାଦେଶ ପାଇବାର ଦୁଇ ମାସ ବିତିଗଲାଣି ଆଗକୁ ମୌସୁମୀ ଆସୁଥିବାରୁ ଚାଷ କାର୍ଯ୍ୟରେ ଲୋକ ବେସ୍ତ ରହିବାର ଦେଖା ଯାଉଛି। ଯାହା ଫଳରେ ଗୃହ ନିର୍ମାଣର ସମଗ୍ରୀ ବାଲି, ପଥର, ଇଟା ଇତ୍ୟାଦି ସଂଗ୍ରହ କରିବା କଷ୍ଟକର ହୋଇପାରେ।ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଜୁନ ମାସ ଶେଷ ଠାରୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଚାଷୀର ଚାଷ କାର୍ଯ୍ୟ ଲାଗି ରହିଥାଏ। ଏଣୁ ସନାତନ ନାଏକ ଙ୍କ ଗୃହ କାର୍ଯ୍ୟାଦେଶର ପ୍ରଥମ କିସ୍ତି ତୁରନ୍ତ ଯୋଗାଇ ଦେବାର ବନ୍ଦୋବସ୍ତ କଲେ ଗୃହ ନିର୍ମାଣ କାର୍ଯ୍ୟ ତୁରନ୍ତ ହୋଇ ପାରନ୍ତା।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ