ସମ୍ବଲପୁର, ୨୯ ମଇ (ହି.ସ.) - ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ସମ୍ବଲପୁର ଜିଲ୍ଲାରେ ବିଦ୍ୟୁତ୍ ଭିତିଭୂମିର ସୁଦୃଢ଼ୀକରଣ ପାଇଁ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଛି।
ଜିଲ୍ଳାର ଖଣ୍ଡୋକଟା ଗ୍ରୀଡ୍ ସବଷ୍ଟେସନକୁ ଜମନକିରା ଫିଡର ସହିତ ସଂଯୋଗ କରୁଥିବା ଏକ ନୂତନ ୩୩ କେ.ଭି. ଲିଙ୍କ୍ ଲାଇନ୍। ଏହି ବିକଳ୍ପ ୩୩ କେ.ଭି. ଲାଇନଟି ଅଧିକ ଚାପଯୁକ୍ତ କୁଚିଣ୍ଡା ପିଏସ୍ଏସ୍ (ପାୱାର ସବଷ୍ଟେସନ୍)ରେ ଓଭରଲୋଡ଼ିଂର ସମସ୍ୟା ଦୂର କରିବ। ଯାହା ୧୩ ହଜାରରୁ ଅଧିକ ଗ୍ରାହକଙ୍କ ପାଇଁ ସ୍ଥିର ତଥା ସୁନିଶ୍ଚିତ ବିଦ୍ୟୁତ୍ ସେବା ପ୍ରଦାନ କରିବ ଏବଂ ଏହି ଲିଙ୍କ୍ ଲାଇନ୍ ଦ୍ୱାରା ପ୍ରାୟ ୩୭ ହଜାର ଅତିରିକ୍ତ ଗ୍ରାହକ ଲାଭପ୍ରଦ ହୋଇପାରିବେ। ଯେଉଁଥିରେ ୨୫୦୦ କୃଷି ଉଠା ଜଳସେଚନ ସଂଯୋଗ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ଅନ୍ୟ ପ୍ରକଳ୍ପରେ ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା କଟରବଗା ପିଏସ୍ଏସ୍ (ପାୱାର ସବଷ୍ଟେସନ୍) ଠାରୁ ଗୁମଲୋଇ ବିତରଣ ଟ୍ରାନ୍ସଫରମର୍ (ଡିଟିଆର) ପର୍ଯ୍ୟନ୍ତ ୧୨.୩ ସର୍କିଟ୍ କିଲୋମିଟର ପର?୍ୟ୍ୟନ୍ତ ଏକ ନୂତନ ୧୧ କେ.ଭି. ଶିଳ୍ପ ଫିଡର ଲାଇନ ସ୍ଥାପନ କରାଯାଇଛି । ଏହି ଫିଡର ବର୍ତମାନ ସ୍ୱତନ୍ତ୍ର ଭାବେ ବର୍ଦ୍ଧିତ ଝାରସୁଗୁଡା-ସମ୍ବଲପୁର କରିଡରରେ ଶିଳ୍ପ ଗ୍ରାହକମାନଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେଇପାରିବ ଓ ଚଳିତ ଫିଡର୍ ଲାଇନ ଘରୋଇ ଗ୍ରାହକଙ୍କ ଚାହିଦା କୁ ସହାୟକ ଦେବ। ଏହି ପ୍ରକଳ୍ପ ଦ୍ୱାରା ଟିପିଡବ୍ଲ୍ୟୁଓଡିଏଲ ବିଦ୍ୟୁତ୍ ବିତରଣ ଭିତିଭୂମିକୁ ସୁଦୃଢ଼ କରିବା ସହ ଯୋଗାଣ ଗୁଣବତାରେ ଉନ୍ନତି ଏବଂ ଘରୋଇ, ଶିଳ୍ପ ଓ କୃଷି ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ସୁଦୃଢ ହୋଇଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ