ଶ୍ରୀଜୀଉଙ୍କୁ ଦର୍ଶନ କଲେ କେନ୍ଦ୍ରକୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ
ପୁରୀ, ୨୯ମଇ (ହି.ସ.) - କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ପୂର୍ବାହ୍ନରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ ସାଧନା ସିଂ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ସାମିଲ ହୋଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଶ୍ରୀଜୀଉଙ୍କୁ ଦର୍ଶନ କଲେ କେନ୍ଦ୍ରକୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ


ପୁରୀ, ୨୯ମଇ (ହି.ସ.) - କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ପୂର୍ବାହ୍ନରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ ସାଧନା ସିଂ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ସାମିଲ ହୋଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀଙ୍କ ସମେତ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ବିଜେପି ନେତା ରବି ଦାଶ ଓ ଅନ୍ୟାନ୍ୟ ସେବାୟତ ମାନେ ଖଣ୍ଡୁଆପାଟ ଦେଇ ସ୍ୱାଗତ କରିଥିଲେ । ପରେ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଆନନ୍ଦିତ । ସାରା ଭାରତର କୃଷକ ମାନେ ପ୍ରଭୁଙ୍କ ଆଶୀର୍ବାଦରେ କିପରି ଉର୍ନ୍ନତି କରିବେ ସେ ସମ୍ପର୍କରେ ପ୍ରାର୍ଥନା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭୁଙ୍କ ଆଶୀର୍ବାଦ ନେଇ ସାକ୍ଷୀଗୋପାଳ ଠାରେ ସାରା ଭାରତର କୃଷକ ମାନଙ୍କ ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ ଆଜି ଠାରୁ ଶୁଭାରମ୍ଭ କରାଯିବ। ପରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରେ ଉଦଘାଟନ ସଭାକୁ ଗସ୍ତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande