ଭୁବନେଶ୍ୱର, 29 ମେ (ହି.ସ.)- ହୋମଗାର୍ଡ
ଶାରୀରିକ ପରୀକ୍ଷା ଅଘଟଣ । ଗଜପତିରେ ଜିଲ୍ଲାରେ ହୋମଗାର୍ଡ ପଦବୀ ପାଇଁ ଶାରିରୀକ ପରୀକ୍ଷା
ଚାଲିଥିବା ବେଳେ ଟଳିପଡିଲେ ଯୁବକ। ଅନ୍ୟ ୭ଜଣ ଗୁରୁତର ହୋଇ ପାରଳାଖେମୁଣ୍ଡି ଜିଲା
ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ପରିସଲ ଗାଁର ସୁଲନ୍ତ ମିଶାଲା ।
ସୂଚନା ଅନୁଯାୟୀ ଆଜି
ସକାଳୁ ଶାରୀରିକ ପରୀକ୍ଷା ପାଇଁ ରାଣିପେଣ୍ଠଠାରୁ ପଦ୍ମପୁର ଦୁଇ କି.ମି ରାସ୍ତାରେ ସକାଳୁ ଦୌଡ
ପରୀକ୍ଷା ଚାଲିଥିବା ବେଳେ ଦୌଡରେ ସଫଳତା ସହ ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ହଠାତ୍ ତଳେ
ପଡିଯିବା ପରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ଆଶାୟୀ ଯୁବକ । ହେଲେ ସେଠାରେ
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା