ବରଯାତ୍ରୀ ଗାଡିକୁ ଧକ୍କା ଦେଲା ଡିଜେ ଗାଡି ,ଚାରିଜଣ ବରଯାତ୍ରୀଙ୍କ ମୃତ୍ୟୁ
ପଲାମୁ, 29 ମଇ (ହି.ସ)-ପଲାମୁ ଜିଲ୍ଲାର ତରହସୀ ଥାନା ଅଞ୍ଚଳର ବେଦାନୀ ଚୌକରୁ ଦୁଇ କିଲୋମିଟର ଦୁରରେ ଥିବା ବ୍ରହକୁରୱା ଗ୍ରାମରେ ବୁଧବାରରାତିରେ ଡିଜେ ଗାଡି ବିବାହ ଶୋଭାଯାତ୍ରାରେ ଜୋରଦାର ଧକ୍କା ଦେଇଛି ,ଯାହା ଯୋଗୁଁ ଚାରିଜଣ ବିବାହ ଅତିଥିଙ୍କ ମୃତ୍ୟୁ ଘଟିଛ
ବରଯାତ୍ରୀ ଗାଡିକୁ ଧକ୍କା ଦେଲା ଡିଜେ ଗାଡି ,ଚାରିଜଣ ବରଯାତ୍ରୀଙ୍କ ମୃତ୍ୟୁ


ପଲାମୁ, 29 ମଇ (ହି.ସ)-ପଲାମୁ

ଜିଲ୍ଲାର ତରହସୀ ଥାନା ଅଞ୍ଚଳର ବେଦାନୀ ଚୌକରୁ ଦୁଇ କିଲୋମିଟର ଦୁରରେ ଥିବା ବ୍ରହକୁରୱା ଗ୍ରାମରେ

ବୁଧବାରରାତିରେ ଡିଜେ ଗାଡି ବିବାହ ଶୋଭାଯାତ୍ରାରେ ଜୋରଦାର ଧକ୍କା ଦେଇଛି ,ଯାହା ଯୋଗୁଁ

ଚାରିଜଣ ବିବାହ ଅତିଥିଙ୍କ ମୃତ୍ୟୁ

ଘଟିଛି,ଯେତେବେଳେ ଛଅଜଣ ବିବାହ ଅତିଥିଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏମଏମସିଏଚରେ ଭର୍ତ୍ତୀ

କରାଯାଇଛି।ସମସ୍ତଙ୍କୁ ଚିକିତ୍ସା କରାଯାଉଛି।ମୃତଦେହକୁ ପୋଷ୍ଟମଟମ ପାଇଁ ପ୍ରସ୍ତୁତି

ଚାଲିଛି।ଗୁରୁବାର ସକାଳେ ଏମଏମସୀଏଚରେ ଆହତମାନଙ୍କୁ ଘଟଣାର ସମ୍ପୁର୍ଣ୍ଣ ବିବରଣୀ

ଦେଇଥିଲେ।ସୁଚନା ଅନୁଯାୟୀ ମନାତୁ ବ୍ଲକର ରଙ୍ଗେୟା ପଞ୍ଚାୟତର ଚୁନକା ପସିୟା ଗାଁରୁ ସତବରବା

ବ୍ଲକର ବୋହିତା ଗ୍ରାମକୁ ଯାଉଥିଲା।ଏକ ଗାଡିରେ ବରଯାତ୍ରୀ ତଳେ ଉପରେ ବସିଥିଲେ।ସମସ୍ତେ

ବ୍ରହକୁରୱା ଗ୍ରାମରେ ପହଁଞ୍ଚିବା ମାତ୍ରେ ଡାଲଟନଗଞ୍ଜରୁ ଆସୁଥିବା ଏକ ଡିଜେ ଗାଡି ଯାତ୍ରୀବାହୀ

ଗାଡିକୁ ଜୋରରେ ଧକ୍କା ଦେଇଥିଲା,ଯାହାଫଳରେ ଯାତ୍ରୀବାହୀ ଗାଡିଟି ଓଲଟି ପଡିଛି।ଗାଡିଟି ଓଲଟି

ପଡିବା ଯୋଗୁଁ ଉପରେ ବସିଥିବା ବରଯାତ୍ରୀମାନେ ତଳେ ପଡି ଗାଡିତଳେ ଚାପି ହୋଇଗଲେ।ଅଧିକାଂଶ ବରଯାତ୍ରୀ

ଦଳ ସଦସ୍ୟଙ୍କ ଗୋଡରେ ଆଘାତ ଲାଗିଥିଲା।ଦୁଇଜଣ ବରଯାତ୍ରୀଙ୍କ ମୃତ୍ୟୁ ଘଟଣାସ୍ଥଳରେ ମୃତ୍ୟୁ

ଘଟିଥିବାବେଳେ ଦୁଇଜଣଙ୍କର ଏମଏମସୀଏଚରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande