ଭୁବନେଶ୍ୱର, 29 ମେ (ହି.ସ.)
- ପୂର୍ବତନ
ପ୍ରଧାନମନ୍ତ୍ରୀ, ମହାନ ଚାଷୀନେତା ଭାରତ ରତ୍ନ ଚୌଧୁରୀ ଚରଣ ସିଂହଙ୍କ ପୁଣ୍ୟତିଥି ଅବସରରେ
ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ଚାଷୀନେତା ଭାରତ
ରତ୍ନ ଚୌଧୁରୀ ଚରଣ ସିଂହଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ କରୁଛି ।
ସେ କହିଛନ୍ତି ଯେ, ଚୌଧୁରୀ
ଚରଣ ସିଂ, ଭାରତୀୟ ରାଜନୀତିର ଏଭଳି ସ୍ତମ୍ଭ ଥିଲେ, ଯିଏକି ଜନସଂଘର୍ଷର ରାସ୍ତାରେ କ୍ଷମତାରେ
ପହଂଚି ବି ସରଳତା, ସଚ୍ଚୋଟତା ଓ ତାଙ୍କ ସିଦ୍ଧାନ୍ତରେ କେବେ ବି ବୁଝାମଣା କରିନଥିଲେ । ତାଙ୍କ
ନେତୃତ୍ୱରେ ଭାରତୀୟ ରାଜନୀତିକୁ ଏକ ନୂଆ ଦିଗ ମିଳିଥିଲା ଏବଂ ଚାଷୀଙ୍କ ସ୍ୱରକୁ ଦେଶର
ସର୍ବୋଚ୍ଚ ମଂଚରେ ପହଂଚାଇଥିଲେ । ଚାଷୀ ହିତୈଷୀ ନୀତି ଓ ଗ୍ରାମୀଣ ସ୍ୱାବଲମ୍ବନ ପାଇଁ ତାଙ୍କ
ସଂଘର୍ଷ ଭାରତୀୟ ରାଜନୀତିରେ ସ୍ୱର୍ଣ୍ଣାକ୍ଷରରେ ଅଙ୍କିତ ରହିଛି । ତାଙ୍କ ସିଦ୍ଧାନ୍ତ, ନୀତି ଓ
ବିଚାର ଆଜି ବି ଆମ ଦେଶର ଚାଷୀଙ୍କ ସଶକ୍ତିକରଣ ପାଇଁ କାମ କରିବାର ପ୍ରେରଣା ଦେଇଥାଏ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା