ଆଇଜୋଲ, 29 ମେ (ହି.ସ.)-ମଣିପୁରର
ଚୁରାଚାନ୍ଦପୁର ଜିଲ୍ଲାରେ ଆଜି ଭୋରରେ ମଧ୍ୟମ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ସୂଚନା
ଅନୁଯାୟୀ,
ଏହି ଭୂକମ୍ପ ଭୋର 4ଟା 11ମିନିଟ 28 ସେକେଣ୍ଡରେ ଅନୁଭୂତ ହୋଇଥିଲା।
ରିକ୍ଟର୍ ସ୍କେଲ୍ରେ ଏହାର ତୀବ୍ରତା 3.7 ମାପାଯାଇଛି।
ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର
ଖବର ମିଳିନାହିଁ। ନ୍ୟାସନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି ଅନୁସାରେ, ଭୂକମ୍ପର କେନ୍ଦ୍ର ଭାରତ ଓ ମିଆଁମାର ସୀମା ନିକଟସ୍ଥ ଚୁରାଚାନ୍ଦପୁର
ଜିଲ୍ଲାର ଭୂପୃଷ୍ଠରୁ 25 କି.ମି. ଗଭୀରରେ ଥିଲା। ଏହି ଭୂକମ୍ପର ଏପିକ ସେଣ୍ଟର 24.37 ଉତ୍ତର
ଅକ୍ଷାଂଶ ଓ 93.78 ପୂର୍ବ ଦେଶାନ୍ତରରେ ଅବସ୍ଥିତ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା