ୱାଂଶିଟନ, 29 ମେ (ହି.ସ.)
-କିଛି ଦିନ
ଧରି ଟ୍ରମ୍ପ ପ୍ରଶାସନର କିଛି ନୀତିରେ ଅସନ୍ତୋଷ ଥିବା ଟେସ୍ଲାର ସିଇଓ ଏଲନ୍ ମସ୍କ ସରକାରଠାରୁ
ଦୂରେଇଛନ୍ତି । ସେ ସରକାରୀ କ୍ଷମତା ବିଭାଗର ଦାୟିତ୍ୱ ଛାଡ଼ି ନିଜ ବ୍ୟବସାୟିକ ଜଗତକୁ
ଫେରିଯାଇଛନ୍ତି। ଚଳିତ ବର୍ଷ ଜାନୁଆରୀରେ ଏକ ବିରାମ ପରେ ଦ୍ୱିତୀୟଥର ରାଷ୍ଟ୍ରପତି ହେବା ପରେ
ଟ୍ରମ୍ପ ସରକାରୀ କ୍ଷମତା ବିଭାଗର ଗଠନ କରି ତାହାର ଦାୟିତ୍ୱ ଏଲନ୍ ମସ୍କଙ୍କୁ ଦେଇଥିଲେ। ଏହି ବିଭାଗର
ଉଦ୍ଦେଶ୍ୟ ଥିଲା ସରକାରୀ ବ୍ୟୟକୁ କମ୍ କରିବା। ଏଲନ୍ ମସ୍କ କହିଛନ୍ତି ଯେ ସେ ୱାଶିଂଟନ୍ ଛାଡ଼ି
ଯାଉଛନ୍ତି।
ଦ ନ୍ୟୁୟର୍କ ଟାଇମ୍ସର ଖବର
ଅନୁଯାୟୀ,
ଏଲନ୍ ମସ୍କ କହିଛନ୍ତି ଯେ ସେ ଏବେ ନିଜ କମ୍ପାନୀଗୁଡ଼ିକୁ ଅଧିକ ସମୟ
ଦେବାକୁ ଚାହୁଁଛନ୍ତି, ଏହି କାରଣରୁ ସେ ସରକାରଠାରୁ ବିଚ୍ଛିନ୍ନ ହେଉଛନ୍ତି। ହ୍ୱାଇଟ୍ ହାଉସ ଅଧିକାରୀଙ୍କ ଅନୁସାରେ, ମସ୍କ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଭଲ ସମ୍ପର୍କ ରହିଛି।
କିନ୍ତୁ ମସ୍କ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ ସେ ୱାଶିଂଟନ୍ ଓ ଫେଡେରାଲ୍ ବ୍ୟୁରୋକ୍ରାସିକୁ
ପୁନଃଗଠନ କରିବାକୁ ଚେଷ୍ଟା କରୁଥିବା ବେଳେ ଆସିଥିବା ବାଧା ଯୋଗୁ ନିରାଶ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା