ଭୁବନେଶ୍ୱର, 29 ମେ (ହି.ସ.)
- ଶ୍ରୀଜୀଉଙ୍କ
ଦର୍ଶନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ଏନେଇ ଉପମୁଖ୍ୟମନ୍ତ୍ରୀ
କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ପୁରୀ ଠାରେ ମାନନୀୟ
କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କୁ
ଦର୍ଶନ କରିଛୁ । ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ପୂର୍ବରୁ ପବିତ୍ର ପୁରୀ ଶ୍ରୀ ଜଗନ୍ନାଥ
ମନ୍ଦିରକୁ ଆଧ୍ୟାତ୍ମିକ ଭରିପୁର୍ଣ୍ଣ ଦର୍ଶନ କରିଛୁ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ
ସମସ୍ତଙ୍କ ମଙ୍ଗଳ ଓ କୁଶଳତା ପାଇଁ ପ୍ରାର୍ଥନା କରିଛୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା