ଗୁୱାହାଟୀ 29 ମଇ
(ହି.ସ)-ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ସହିତ ଗୁୱାହାଟୀ ସହରର ବିଭିନ୍ନ ଅଞ୍ଚଳରେ ଗତକାଲି ରାତିରୁ
ଆଜି ସକାଳ ପର୍ଯ୍ୟନ୍ତ ମୁଷଳଧାରାରେ ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାତିରେ
ହୋଇଥିବା ବର୍ଷା ସମଗ୍ର ସହରକୁ ଜଳମଗ୍ନ କରିଦେଇଥିଲା ,ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।ଏହି
ସମାନ ଖବର ଆସାମର ଜୋରହାଟ ସହରରୁ ମଧ୍ୟ ଆସୁଛି,ଯେଉଁଠାରେ
ବର୍ଷା ଯୋଗୁଁ ରାସ୍ତା ଉପରେ ଯାନବାହନ ଫସି ରହିଛି।ଗୁୱାହାଟୀର ଉପକଣ୍ଠରେ ଥିବା ଜୋରାବାଟରେ ପରିସ୍ଥିତି ସବୁଠାରୁ ଭୟଙ୍କର ରହିଛି। ଲଗାତାର ବର୍ଷା
ଯୋଗୁଁ ଏଠାକାର ରାସ୍ତାଗୁଡିକ ନଦୀରେ ପରିଣତ ହୋଇଛି।ଏହା ସହିତ ହାତୀଗାଓଁ,ୱାୟରଲେସ,ଚାନ୍ଦମାରୀ
ଭଳି ଅଞ୍ଚଳ ସମ୍ପୁର୍ଣ୍ଣ ଭାବରେ ଜଳମଗ୍ନ ହୋଇଛି।ଲାଚିତନଗର,ଅନିଲ ନଗର ଏବଂ ନବୀନ ନଗରରେ ମଧ୍ୟ ଲୋକଙ୍କ
ସମସ୍ୟା ବୃଦ୍ଧି ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା