50 ବର୍ଷରେ ସିକିମ- ପ୍ରଧାନମନ୍ତ୍ରୀ କହିଲେ-ରାଜ୍ୟର ବିକାଶ ହେଉଛି ଦେଶର ଗୌରବ
, 29 ମେ (ହି.ସ.) ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ, 50 ବର୍ଷ ପୂର୍ବରୁ ସିକ୍କିମ ଗଣତାନ୍ତ୍ରିକ ଭବିଷ୍ୟତ ବାଛିଥିଲା ଏବଂ ଏହି ରାଜ୍ୟ ଦେଶର ଆତ୍ମା ସହିତ ଯୋଡି ହୋଇଯାଇଛି। ଆଜି ସମଗ୍ର ଦେଶ ସିକ୍କିମର ଉନ୍ନତିର ସାକ୍ଷୀ ହୋଇଛି ଏ
50 ବର୍ଷରେ ସିକିମ-     ପ୍ରଧାନମନ୍ତ୍ରୀ କହିଲେ-ରାଜ୍ୟର ବିକାଶ ହେଉଛି ଦେଶର ଗୌରବ


, 29 ମେ (ହି.ସ.)

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ, 50 ବର୍ଷ ପୂର୍ବରୁ ସିକ୍କିମ ଗଣତାନ୍ତ୍ରିକ ଭବିଷ୍ୟତ ବାଛିଥିଲା ଏବଂ

ଏହି ରାଜ୍ୟ ଦେଶର ଆତ୍ମା ସହିତ ଯୋଡି ହୋଇଯାଇଛି। ଆଜି ସମଗ୍ର ଦେଶ ସିକ୍କିମର ଉନ୍ନତିର

ସାକ୍ଷୀ ହୋଇଛି ଏବଂ ଏବେ ଜୈବ ବିବିଧତା, ସାଂସ୍କୃତିକ ସମୃଦ୍ଧି ଓ ଶତ ପ୍ରତିଶତ ଅର୍ଗାନିକ ରାଜ୍ୟ ଭାବରେ

ସିକ୍କିମ ଦେଶର ଗୌରବ ହୋଇପାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ଆଜି ଭର୍ଚୁଆଲ ମାଧ୍ୟମରେ ‘ସିକ୍କିମ 50 ବର୍ଷରେ’ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏକଜୁଟତା, ସନ୍ତୁଳିତ ବିକାଶ ଓ ପୂର୍ବୋତ୍ତରର ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି।

‘ଯେଉଁଠାରେ ବିକାଶ ମିଳିଥାଏ ଉଦ୍ଦେଶ୍ୟରୁ ଏବଂ ପ୍ରକୃତି ବିକାଶକୁ

ପୋଷଣ କରେ’

– ଏହି ଥିମ୍ ଉପରେ ଆଧାରିତ ଏହି

କାର୍ଯ୍ୟକ୍ରମ ସିକ୍କିମର ରାଜ୍ୟ ଭାବେ ସ୍ଥାପନାର 50 ବର୍ଷ ପୂର୍ଣ୍ଣ ହେବାର ଅବସରରେ ଆୟୋଜିତ

ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି

ତାଙ୍କ ଭାଷଣରେ ପହେଲଗାମ କଥା ଉଠାଇ କହିଛନ୍ତି ଯେ, ପର୍ଯ୍ୟଟକମାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ

ଭାରତବାସୀଙ୍କ ଉପରେ ନୁହେଁ, ବରଂ ମାନବତାର ଆତ୍ମା ଓ ଭାଇଚାରାର ଭାବନା ଉପରେ ଏକ ଆକ୍ରମଣ ଥିଲା। ଏହି ଘଟଣା ଆମ

ସାଂସ୍କୃତିକ ଏକତା ଓ ସାମାଜିକ ପ୍ରକ୍ରିୟାକୁ ଭଙ୍ଗ କରିବା ପାଇଁ ଏକ ଷଡଯନ୍ତ୍ର ଥିଲା।

ଆତଙ୍କବାଦୀମାନେ ନୀରିହ

ପରିବାରମାନଙ୍କର ସୁଖ ଛଡାଇନେଲେ, କିନ୍ତୁ ଭାରତ ଏକଜୁଟ ହୋଇ ଜବାବ ଦେଲା। ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଆମେ କେବଳ ଆତଙ୍କବାଦୀମାନଙ୍କୁ ପାଠ ଶିଖାଇନାହୁଁ, ବରଂ ସମସ୍ତ ବିଶ୍ୱକୁ ଆମର ସଠିକ୍ ଓ ତ୍ୱରିତ କାର୍ଯ୍ୟକ୍ଷମତା ମଧ୍ୟ

ଦେଖାଇଲୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande