ରାଜ୍ୟରେ କୋଭିଡ୍ ମାମଲା ବଢ଼ିନି -ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର, ୨୯ ମଇ(ହି.ସ.) - ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଳକଣ୍ଠ ମିଶ୍ର କହିଛନ୍ତି ରାଜ୍ୟରେ କୋଭିଡ୍ ମାମଲା ବଢ଼ିନି। ବର୍ତମାନ ମଧ୍ୟ ସେହି ୫ଟି କେସ୍ ରହିଛି। ନୂଆ କେସ୍ ଆସିନି ତଥାପି ସତର୍କ ଓ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି କେନ୍ଦ୍ର ସ
ରାଜ୍ୟରେ କୋଭିଡ୍ ମାମଲା ବଢ଼ିନି -ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ


ଭୁବନେଶ୍ୱର, ୨୯ ମଇ(ହି.ସ.) - ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଳକଣ୍ଠ ମିଶ୍ର କହିଛନ୍ତି ରାଜ୍ୟରେ କୋଭିଡ୍ ମାମଲା ବଢ଼ିନି। ବର୍ତମାନ ମଧ୍ୟ ସେହି ୫ଟି କେସ୍ ରହିଛି। ନୂଆ କେସ୍ ଆସିନି ତଥାପି ସତର୍କ ଓ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ଆରଟିପିସିଆର ମେସିନ୍ ପ୍ରସ୍ତୁତ ଅଛି , ଅକ୍ସିଜେନ୍ ପ୍ଲାଂଟ ବି ପ୍ରସ୍ତୁତ ଅଛି। ଯଥେଷ୍ଟ ଟେଷ୍ଟିଂ କିଟ୍ ମଗାଯାଇଥିଲା, ସବୁ ଆସିଛି। ଆବଶ୍ୟକତା ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande