ସିକିମ ରାଜ୍ୟର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ 50ଟଙ୍କାର ରୌପ୍ୟ ମୁଦ୍ରା ଓ ଡାକ ଟିକେଟ ଜାରି
ଗ୍ୟାଙ୍ଗଟକ, 29 ମେ (ହି.ସ.)- ସିକ୍କିମର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଓ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତାମାଙ୍ଗ ଗୁରୁବାର ରାଜଧାନୀର ପାଲ୍ଜୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ୫୦ ଟଙ୍କାର ଗୋଟିଏ ରୌପ୍ୟ ମୁଦ୍ରା ଓ ଗୋଟିଏ
ସିକିମ ରାଜ୍ୟର ସ୍ୱର୍ଣ୍ଣ     ଜୟନ୍ତୀ ଅବସରରେ 50ଟଙ୍କାର ରୌପ୍ୟ ମୁଦ୍ରା ଓ ଡାକ ଟିକେଟ ଜାରି


ଗ୍ୟାଙ୍ଗଟକ, 29 ମେ (ହି.ସ.)- ସିକ୍କିମର

ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଓ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତାମାଙ୍ଗ ଗୁରୁବାର ରାଜଧାନୀର

ପାଲ୍ଜୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ୫୦

ଟଙ୍କାର ଗୋଟିଏ ରୌପ୍ୟ ମୁଦ୍ରା ଓ ଗୋଟିଏ ସ୍ମାରକ ଡାକ ଟିକେଟ୍ ଜାରି କରିଛନ୍ତି । ଏହି ଅବସରରେ

ଲୋକସଭା ସାଂସଦ ଡ଼ା. ଇନ୍ଦ୍ରହାଙ୍ଗ ସୁବ୍ବା ଓ ରାଜ୍ୟସଭା ସାଂସଦ ଡି.ଟି. ଲେପ୍ଚା ମଧ୍ୟ

ଉପସ୍ଥିତ ଥିଲେ।

ସିକ୍କିମ ରାଜ୍ୟ ଗଠନର

ସୁଵର୍ଣ୍ଣ ଜୟନ୍ତୀ ଅବସରରେ ଜାରି ସ୍ମାରକ ଡାକ ଟିକେଟ୍‌ରେ ସିକ୍କିମର ପ୍ରାକୃତିକ ଭବ୍ୟତା, ସାଂସ୍କୃତିକ ସମୃଦ୍ଧି ଓ ପରିବେଶ ସଚେତନତାର ସାର ଅନ୍ତର୍ଭୁକ୍ତ ଅଛି।

ଏହି ସ୍ମାରକ ଡାକ ଟିକେଟ୍ ଓ ରୌପ୍ୟ ମୁଦ୍ରା ଅନାବରଣ ସିକ୍କିମର ଗଣତାନ୍ତ୍ରିକ ଏକତା, ସାଂସ୍କୃତିକ ଗୌରବ ଓ ସାମାଜିକ-ଆର୍ଥିକ ଉନ୍ନତିର ପାଞ୍ଚ ଦଶନ୍ଧିର

ଯାତ୍ରାକୁ ଦର୍ଶାଇଥାଏ । ଏହି ଟିକେଟ୍‌ରେ ସିକ୍କିମର ସୁନ୍ଦର ପାହାଡ଼, ପବିତ୍ର ପରିବେଶ ଓ ଏଠାରେ ଥିବା ଲୋକମାନଙ୍କର ବିବିଧତାର

ପ୍ରତୀକାତ୍ମକ ଉପାଦାନ ଅନ୍ତର୍ଭୁକ୍ତ ଅଛି, ଯାହା ଏହି ରାଜ୍ୟର ଭାବନାକୁ ପ୍ରଦର୍ଶିତ କରେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande