ଗୁୱାହାଟୀ
29 ମଇ (ହି.ସ)-ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ କାର୍ଯ୍ୟନିର୍ବାହୀ ମୁକେଶ ଅମ୍ବାନୀଙ୍କ ବଡପୁଅ
ଆକାଶ ଅମ୍ବାନୀ ଗୁରୁବାର ଆସାମର ପ୍ରସିଦ୍ଧ ତାନ୍ତ୍ରିକ ଶକ୍ତିପୀଠ ମା କାମାକ୍ଷା ମନ୍ଦିରରେ ବିଶେଷ ପୁଜାର୍ଚ୍ଚନା କରିଛନ୍ତି।ମା କାମାକ୍ଷାଙ୍କ କୃପା
ପ୍ରାପ୍ତି ପାଇଁ ଆକାଶ ଅମ୍ବାନୀ ମନ୍ଦିର ପ୍ରାଙ୍ଗଣରେ 25ଟି ଛେଳି ଏବଂ 24ଯୋଜା ପାରା ଛାଡି
ନିଜର ଭକ୍ତି ପ୍ରକାଶ କରିଛନ୍ତି।ଏହି ବଳିଦାନକୁ ତାନ୍ତ୍ରିକ ପରମ୍ପରା ଏବଂ କାମାକ୍ଷା ସିଦ୍ଧି
ଅନୁସାରେ ବିବେଚନା କରାଯାଏ,ଯେଉଁଥିରେ ଭକ୍ତମାନେ ପଶୁ -ପକ୍ଷୀମାନଙ୍କୁ ବଳି ଦିଅନ୍ତି କିମ୍ବା
ଛାଡି ଦିଅନ୍ତି ଏବଂ ଦେବୀଙ୍କୁ ଅର୍ପଣ କରନ୍ତି।ସକାଳ ସମୟରେ ବିଶେଷ ପୁଜା-ପାଠର
ପ୍ରକ୍ରିୟା ବୈଦିକ ଏବଂ ତାନ୍ତ୍ରିକ ବିଧିରେ
ସମ୍ପନ୍ନ ହୋଇଥିଲା।ଏହି ସମୟରେ ମନ୍ଦିର ପ୍ରଶାସନ ଦ୍ୱାରା ସୁରକ୍ଷା ଏବଂ ଗୋପନୀୟତା ପ୍ରତି
ବିଶେଷ ଧ୍ୟାନ ରଖାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା