ଶୋପିଆଂ, 29 ମେ (ହି.ସ.)- ଜମ୍ମୁ-କାଶ୍ମୀରରେ
ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି। ଏଠାରେ ଶୋପିୟାନ ଜିଲ୍ଲାର ବସକୁଚନ ଅଞ୍ଚଳରୁ ସୁରକ୍ଷାବଳ
ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତ ଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ୍
କରିଛନ୍ତି। ସେମାନଙ୍କ ନିକଟରୁ ଅସ୍ତ୍ର ଓ ଗୋଲାବାରୁଦ୍ ମଧ୍ୟ ଜବତ ହୋଇଛି।
ପୁଲିସ ଗୁରୁବାର ସୂଚନା
ଦେଇଛି ଯେ ବିଶେଷ ସୂଚନା ମିଳିବା ପରେ ଦକ୍ଷିଣ କାଶ୍ମୀରର ଶୋପିୟାନ ଜିଲ୍ଲାର ବସକୁଚନ ଅଞ୍ଚଳରେ
ଏସଓଜି ଶୋପିୟାନ ଦ୍ୱାରା ସେନାର 44 ଆରଆର ଏବଂ ସିଆରପିଏଫ୍ର 178 ବ୍ୟାଟାଲିୟନର ସହଯୋଗରେ ଘେରାବନ୍ଦି ଓ ତଲାସି ଅଭିଯାନ ଚଳାଯାଇଥିଲା।
ପୁଲିସ ଅନୁସାରେ ଏହି ଅଞ୍ଚଳକୁ ଘେରି ଦିଆଯାଇଥିଲା। ଏହି ସମୟରେ ଏକ ନିକଟସ୍ଥ ବଗିଚା ଭିତରେ
ଆତଙ୍କବାଦୀ ଗତିବିଧି ଦେଖାଯାଇଥିଲା। ସୁରକ୍ଷାବଳଙ୍କ ତ୍ୱରିତ ଓ ସମନ୍ୱିତ କାର୍ଯ୍ୟାନୁଷ୍ଠାନ
ଫଳରେ ଦୁଇ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ, ଯାହାର ଫଳରେ ସମ୍ଭାବ୍ୟ ଗୁଳି ବିନିମୟ ଟଳିଯାଇଥିଲା।
ଏହି ଦୁଇ ଜଣଙ୍କ ଚିହ୍ନଟ
ଇରଫାନ ବଶୀର ଓ ଉଜୈର ସଲାମ୍ ଭାବେ ହୋଇଛି। ସେମାନଙ୍କ ନିକଟରୁ ଯେଉଁ ଅସ୍ତ୍ର ଓ ଗୋଲାବାରୁଦ୍ ଜବତ
ହୋଇଛି,
ସେଗୁଡ଼ିକୁ ମଧ୍ୟରେ -ଦୁଇଟି ଏକେ-56 ରାଇଫଲ୍, ଚାରିଟି ମ୍ୟାଗଜିନ୍, 102 ରାଉଣ୍ଡ ଗୋଲି, ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍, ଦୁଇଟି ପାଉଚ୍, 5400 ଟଙ୍କା ନଗଦ, ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ସ୍ମାର୍ଟୱାଚ୍, ଦୁଇଟି ବିସ୍କୁଟ ପ୍ୟାକେଟ୍ ଓ ଗୋଟିଏ ଆଧାର କାର୍ଡ୍ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା