କୋରେଇ, ୨୯ ମଇ (ହି.ସ.)- ଯାଜପୁର ସଦର ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ପଂଚାୟତର ଦୁଇଟି ସ୍ଥାନରୁ ୪ଟି ଶିବ ମନ୍ଦିର ଓ ହନୁମାନ ମନ୍ଦିରରୁ ଚୋରି ହୋଇଛି । ଭଗତପୁର ଲକ୍ଷ୍ମୀ ଛକ ଓ ନୂଆପଡା ଗ୍ରାମରେ ଥିବା ଶିବ ମନ୍ଦିର ଓ ହନୁମାନ ମନ୍ଦିରରୁ ଚୋରି ହୋଇଛି । ରୂପା ମୁକଟ ସମେତ ପିତଳ ନାଗ ଓ ମନ୍ଦିରରେ ପୂଜା ପାଇଁ ଥିବା ସମସ୍ତ ଆସବାସପତ୍ର ଚୋରି ହୋଇଛି । ସକାଳୁ ପୂଜକ ମନ୍ଦିରକୁ ଆସିବାରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ସଦର ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ