ଜାମ୍ମୁ 29 ମଇ (ହି.ସ)-ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଯାତାୟତ ସୁଚାରୁରୁପେ ଜାରି ରହିଛି।ଆଜି ଛୋଟ ଯାନଗୁଡିକୁ
ଉଭୟ ପାର୍ଶ୍ୱରୁ ଯିବାକୁ ଅନୁମତି ଦିଆଯାଇଥିବାବେଳେ
ବଡ ଗାଡିଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାକୁ ଅନୁମତି ଦିଆଯାଇଛି।ଟ୍ରାଫିକ
ବିଭାଗର ଅଧିକାରୀ କହିଛନ୍ତି ଯେ ଜାମ୍ମୁ-ଶ୍ରୀନଗର ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ଭାବରେ
ଜାରି ରହିଛି।ଯାନବାହାନଗୁଡିକୁ ସେମାନଙ୍କ ଲେନରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ କୌଣସି
ଯାନକୁ ଦ୍ରୁତ ଗତିରେ ନ ଚଳାଇବା କିମ୍ବା ଓଭରଟୋକିଂ
ନ କରବାକୁ ପରାମର୍ଶ ଦିଆଯାଇଛି।ଯାହାଦ୍ୱାରା ରାଜାର୍ଗରେ ଟ୍ରାଫିକ ଜାମ ପରିସ୍ଥିତି
ସୃଷ୍ଟି ନ ହୁଏ।ଏହି ସମୟରେ ଛୋଟ ଯାନଗୁଡିକୁ ଜାମ୍ମୁରୁ ଶ୍ରୀନଗରଏବଂ ଶ୍ରୀନଗରରୁ ଜାମ୍ମୁ ଉଭୟ ପାର୍ଶ୍ୱରୁ
ଯିବାକୁ ଅନୁମତି ଦିଆଯାଉଛି,ଯେତେବେଳେ ବଡ ଯାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଯିବାକୁ
ଅନୁମତି ଦିଆଯାଉଛି।ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଉଛି ଯେ ନିଜର ଯାତ୍ରା ଆରମ୍ଭ
କରିବା ପୁର୍ବରୁ ଯାତାୟତ କଣ୍ଟ୍ରୋଲ ରୁମରୁ ସମ୍ପର୍କ
କରିବାକୁ ,ଯାହାଦ୍ୱାରା ସେମାନେ ପରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା