ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, 29 ମେ (ହି.ସ.)- ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ସ୍ମାରକ କିଷାନ ଘାଟରେ ଆଜି ତାଙ୍କୁ ସ୍ମରଣ କରାଯାଇଛି। ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼ କିଷାନ ଘାଟରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଓ ସ୍ମାରକୀ ସ୍ଥଳୀରେ ପୁଷ୍ପାର୍ପଣ
ଚୌଧୁରୀ ଚରଣ ସିଂହଙ୍କୁ     ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଉପରାଷ୍ଟ୍ରପତି


ନୂଆଦିଲ୍ଲୀ, 29 ମେ (ହି.ସ.)- ପୂର୍ବତନ

ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ସ୍ମାରକ କିଷାନ ଘାଟରେ ଆଜି ତାଙ୍କୁ ସ୍ମରଣ କରାଯାଇଛି।

ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼ କିଷାନ ଘାଟରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

କରିଛନ୍ତି ଓ ସ୍ମାରକୀ ସ୍ଥଳୀରେ ପୁଷ୍ପାର୍ପଣ କରିଛନ୍ତି। ସେ କହିଛନ୍ତି ଯେ ଗ୍ରାମୀଣ ଭାରତ ଓ

କୃଷକଙ୍କ ପ୍ରତି ଚୌଧୁରୀ ଚରଣ ସିଂହଙ୍କ ପ୍ରେମକୁ କେବେ ଭୁଲିହେବ ନାହିଁ।

ଉପରାଷ୍ଟ୍ରପତି ଧନଖଡ଼ କିଷାନ

ଘାଟରେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଚୌଧୁରୀ ଚରଣ ସିଂହ ସ୍ୱାଧୀନତା ପୂର୍ବ ଭାରତରେ ମଧ୍ୟ

କୃଷକଙ୍କ ପାଇଁ କାମ କରିଥିଲେ ଓ ସ୍ୱାଧୀନତା ପରେ ମଧ୍ୟ ସେହି କାର୍ଯ୍ୟ ଜାରି ରଖିଥିଲେ। ସେ

କୃଷି କ୍ଷେତ୍ରରେ କାର୍ଯ୍ୟରତ କୃଷକମାନେ ନିଜ ସ୍ୱାମିତ୍ୱ ଅଧିକାର ପାଇଁ ଗୁରୁତ୍ୱପୂର୍ଣ୍ଣ

ଭୂମିକା ନିଭାଇଥିଲେ । ସେ ଜଣେ ଦୂରଦର୍ଶୀ ନେତା ଥିଲେ। ଧନଖଡ଼ କୃଷକମାନଙ୍କୁ କେବଳ କୃଷିରେ

ସୀମିତ ରହିବା ନୁହେଁ, ବରଂ ପଶୁପାଳନ ବ୍ୟବସାୟ ସହିତ ମଧ୍ୟ ଯୋଡି ହେବା ପାଇଁ ମଧ୍ୟ ଉତ୍ସାହିତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande