ରିଲେ ରେସ୍ ମହିଳା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର,୩୧ ମଇ (ହି.ସ.) - ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପସ୍ ରେ ରୋପ୍ୟ ପଦକ ଜିତିଥିବା ମହିଳା ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପସ୍ ର ମହିଳା ୪
ରିଲେ ରେସ୍ ମହିଳା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର,୩୧ ମଇ (ହି.ସ.) - ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପସ୍ ରେ ରୋପ୍ୟ ପଦକ ଜିତିଥିବା ମହିଳା ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପସ୍ ର ମହିଳା ୪ ଗୁଣା୧୦୦ ମିଟର ରିଲେ ରେସ୍ ରେ ରୌପ୍ୟ ପଦକ ଜିତିଥିବା ମହିଳା ଦଳକୁ ମୋର ଶୁଭେଚ୍ଛା। ଏଥିସହ ଦଳରେ ଥିବା ଓଡ଼ିଶା ମାଟିର ସୁକନ୍ୟା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆପଣଙ୍କର ଏହି ଉପଲବ୍ଧି ଓଡ଼ିଶା ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ। ଆପଣଙ୍କ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ଆଗାମୀ ପିଢ଼ିକୁ ପ୍ରେରଣା ଦେବ। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତରୋତର ଉନ୍ନତି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande