ମଧ୍ୟପୂର୍ବରେ ଶାନ୍ତି ପ୍ରୟାସକୁ ଝଟ୍‌କା- ଆମେରିକୀୟ ଦୂତ ବିଟକାଫ ହମାସର ପ୍ରତିକ୍ରିୟାକୁ କହିଲେ ଅସ୍ୱୀକାର୍ଯ୍ୟ
ୱାଶିଂଟନ/ଗାଜା, 1 ଜୁନ୍ (ହି.ସ.)- ଗାଜା ସଂଘର୍ଷ ମଧ୍ୟରେ ଚାଲିଥିବା ସଂଘର୍ଷ ବିରାମ ଆଲୋଚନାକୁ ନେଇ ଆମେରିକା ହମାସର ପ୍ରତିକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ବୋଲି କହିଛି। ଅମେରିକାର ମଧ୍ୟପ୍ରାଚ୍ୟ ବିଶେଷ ଦୂତ ସ୍ଟିଭ୍ ଵିଟକାଫ୍ ହମାସର ନୂତନ ପ୍ରତିଉତ୍ତର ଉପରେ କ
ମଧ୍ୟପୂର୍ବରେ ଶାନ୍ତି     ପ୍ରୟାସକୁ ଝଟ୍‌କା- ଆମେରିକୀୟ ଦୂତ ବିଟକାଫ ହମାସର ପ୍ରତିକ୍ରିୟାକୁ କହିଲେ ଅସ୍ୱୀକାର୍ଯ୍ୟ


ୱାଶିଂଟନ/ଗାଜା, 1 ଜୁନ୍ (ହି.ସ.)- ଗାଜା

ସଂଘର୍ଷ ମଧ୍ୟରେ ଚାଲିଥିବା ସଂଘର୍ଷ ବିରାମ ଆଲୋଚନାକୁ ନେଇ ଆମେରିକା ହମାସର ପ୍ରତିକ୍ରିୟାକୁ

ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ବୋଲି କହିଛି। ଅମେରିକାର ମଧ୍ୟପ୍ରାଚ୍ୟ ବିଶେଷ ଦୂତ

ସ୍ଟିଭ୍ ଵିଟକାଫ୍ ହମାସର ନୂତନ ପ୍ରତିଉତ୍ତର ଉପରେ କଠୋର ପ୍ରତିକ୍ରିୟା ଜଣାଇ ସ୍ପଷ୍ଟ କହିଛନ୍ତି,

ହମାସର ପ୍ରତିକ୍ରିୟା ଆମକୁ ପଛକୁ ନେଇଯାଉଛି

। ଏହା ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ଅଟେ।

ଵିଟକଫ୍ ସୋସିଆଲ୍ ମିଡିଆ ‘ଏକ୍ସ’ ରେ ଏକ ପୋଷ୍ଟ କରି କହିଛନ୍ତି, “ହମାସକୁ ସେହି ସ୍ୱୀକାର

କରିବା ଉଚିତ ଯାହାକୁ ଆମେ ଆଗକୁ ବଢାଇବା ପାଇଁ ପ୍ରସ୍ତାବିତ କରାଯାଇଛି, ଯଦ୍ୱାରା ଏହ ସପ୍ତାହରୁ

ହିଁ ପ୍ରକ୍ସିମିଟି ଟାକ୍ସ ଆରମ୍ଭ ହୋଇପାରିବ ।

ଵିଟକଫ୍ ଏହାମଧ୍ୟ କହିଛନ୍ତି ଯେ, ପ୍ରସ୍ତାବିତ 60 ଦିନର ଯୁଦ୍ଧବିରାମ ମଧ୍ୟରେ ଆଧା

ଜୀବିତ ବନ୍ଧକ ଏବଂ ମୃତଦେହମାନଙ୍କ ଶବ ଫେରାଇ ଆଣିବାକୁ ନିଶ୍ଚିତ କରାଯାଇପାରିବ। ସେ କହିଛନ୍ତି, “ଏହି ହେଉଛି

ଏକମାତ୍ର ପଥ, ଯାହା ଦ୍ୱାରା ଆମେ ଏକ

ଅର୍ଥପୂର୍ଣ୍ଣ ଓ ସଦଭାବନାପୂର୍ଣ୍ଣ ସ୍ଥାୟୀ ବିରାମ ସମ୍ମତି ପ୍ରାପ୍ତି ପାଇଁ ପ୍ରୟାସ

କରିପାରିବୁ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande