ଶ୍ରୀନଗର 1 ଜୁନ
(ହି.ସ)-ପହଲଗ୍ରାମ ଆତଙ୍କୀ ଆକ୍ରମଣ ଏବଂ ପରବର୍ତ୍ତୀ ଅପରେସନ ସିନ୍ଦୁର ପରେ ଭୟ ସତ୍ତ୍ୱେ ବହୁ
ସଂଖ୍ୟକ ଭକ୍ତ କାଶ୍ମୀରର ପୁଜ୍ୟ ମାତା ଖୀର ଭବାନୀ ମନ୍ଦିରରେ ଦର୍ଶନ କରୁଛନ୍ତି।ଅନେକ କାଶ୍ମୀର
ପଣ୍ଡିତଙ୍କ ସମେତ ତୀର୍ଥଯାତ୍ରୀମାନେ ଅଟଳ ବିଶ୍ୱାସ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଏପରି ଆକ୍ରମଣ
ସେମାନଙ୍କ ଭକ୍ତିକୁ ଦୁର୍ବଳ କରିପାରିବ ନାହିଁ।ବାର୍ଷିକ ଖୀର ଭବାନୀ ମେଳା 3 ଜୁନ,2025ରେ
କାଶ୍ମୀର ଘାଟୀର ଗାନ୍ଦରବଳ ଜିଲ୍ଲାରେ ଅବସ୍ଥିତ ତୁଳମୁଳ୍ଳାରେ ପ୍ରତିଷ୍ଠିତ ଖୀର ଭବାନୀ
ମନ୍ଦିରରେ ଆରମ୍ଭ ହେବ।ଅଧିକାରୀମାନେ ଆଶ୍ୱାସନା ଦେଇଛନ୍ତି ଯେ ବାର୍ଷିକ ତୀର୍ଥଯାତ୍ରାର ସୁଗମ
ପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ଏବଂ ଲଜିଷ୍ଟିକ ବ୍ୟବସ୍ଥା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା