ଲକ୍ଷ୍ନୌ 1 ଜୁନ (ହି.ସ)-ରବିବାର ଛୁଟି ଦିନ ସତ୍ତ୍ୱେ ବିଧାନସଭା
ସଚିବାଳୟର ଅଧିକାରୀମାନେ ଅଦାଲତ ଦ୍ୱାରା ଦୁଇ ବର୍ଷ ଜେଲଦଣ୍ଡ ପାଇଥିବା ଅବ୍ବାସ ଅନ୍ସାରୀଙ୍କ
ବିଧାନସଭାର ସଦସ୍ୟତା ବାତିଲ କରିଛନ୍ତି। ସଚ୍ଚିବାଳୟ ନିର୍ବାଚନ କମିଶନଙ୍କୁ ମଉ ବିଧାନସଭା ଆସନ
ଖାଲି ହେବା ବିଷୟରେ ସୁଚନା ପଠାଇଛି।ସୁଚନା ମିଳିଛି ଯେ ମୁଖ୍ତାର ଅନ୍ସାରୀଙ୍କ ପୁଅ ଅବ୍ବାସ
ଅନ୍ସାରୀ ମଉ ସଦର ବିଧାନସଭା ଆସନରୁ ନିର୍ବାଚନ ଜିତି ପ୍ରଥମ ଥର ବିଧାୟକ ହୋଇଥିଲେ।ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ
ଶନିବାର ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।ଯେ କୌଣସି ପରିସ୍ଥିତିରେ
ଯଦି ଦୁଇ ବର୍ଷରୁ ଅଧିକ ଜେଲଦଣ୍ଡ ଦିଆଯାଏ ,ତେବେ ବିଧାନସଭାର ସଦସ୍ୟତା ହରାଇବାର ଆଇନଗତ
ବ୍ୟବସ୍ଥା ଅଛି।ଅବ୍ବାସଙ୍କୁ ଦଣ୍ଡ ଦିଆଯିବା ପରଠାରୁ ତାଙ୍କର ବିଧାନସଭାର ସଦସ୍ୟତା ହରାଇବା
ବିଷୟରେ କଳ୍ପନାଜଳ୍ପନା କରାଯାଉଥିଲା।ରବିବାର ଦିନ ବିଧାନସଭା ସଚିବାଳୟ ଏହି ସମ୍ବନ୍ଧରେ ଅବ୍ବାସ
ଅନ୍ସାରୀଙ୍କ ବିଧାନସଭାର ସଦସ୍ୟତା ବାତିଲ କରିଛି।ନିର୍ବାଚନ କମିଶନରଙ୍କୁ ସୁଚନା ପଠାଯାଇଛି।ଏବେ ନିର୍ବାଚନ କମିଶନ କୌଣସି ବଡ
ନିଷ୍ପତ୍ତି ନେବେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା