କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 1 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରୀୟ ଯୁବ ବିକାଶ ଓ କ୍ରୀଡା ମନ୍ତ୍ରୀ ଡ଼ା. ମନସୁଖ ମାଣ୍ଡଭ୍ୟଙ୍କୁ ଜନ୍ମଦିନର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି
କେନ୍ଦ୍ରମନ୍ତ୍ରୀ ମନସୁଖ     ମାଣ୍ଡଭ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି


ନୂଆଦିଲ୍ଲୀ, 1 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜେପିର ବରିଷ୍ଠ

ନେତା ତଥା କେନ୍ଦ୍ରୀୟ ଯୁବ ବିକାଶ ଓ କ୍ରୀଡା ମନ୍ତ୍ରୀ ଡ଼ା. ମନସୁଖ ମାଣ୍ଡଭ୍ୟଙ୍କୁ ଜନ୍ମଦିନର

ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି – ଡ. ମନସୁଖ ମାଣ୍ଡଭ୍ୟଙ୍କୁ ତାଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା। ସେ ଭାରତକୁ କ୍ରୀଡା

ଜଗତରେ ଏକ ଶକ୍ତିଶାଳୀ ରାଷ୍ଟ୍ର ବନାଇବା ଏବଂ ଆମ ଯୁବପିଢୀକୁ ସଶକ୍ତ କରିବା ଦିଗରେ ସମ୍ପୂର୍ଣ୍ଣ

ଶକ୍ତି ସହିତ କାମ କରୁଛନ୍ତି। ଆମ ଶ୍ରମିକଙ୍କର କଳ୍ୟାଣ ପାଇଁ ତାଙ୍କ ପ୍ରୟାସମାନେ ମଧ୍ୟ ଅନେକ

ପ୍ରଶଂସନୀୟ,

ଯାହା ଆତ୍ମନିର୍ଭର ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନିଭାଉଛି। ଈଶ୍ୱରଙ୍କ ନିକଟରେ ତାଙ୍କର ଦୀର୍ଘାୟୁ ଓ ଉତମ ସ୍ୱାସ୍ଥ୍ୟ କାମନା କରୁଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ

ଶୁଭେଚ୍ଛାରେ କେନ୍ଦ୍ରୀୟ ମନ୍ତ୍ରୀ ମାଣ୍ଡଭ୍ୟ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦୀଜୀ, ଆପଣଙ୍କ ହାର୍ଦ୍ଦିକ ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ। ମୁଁ

ଆପଣଙ୍କ ନିରନ୍ତର ମାର୍ଗଦର୍ଶନ ପାଇଁ ଋଣୀ। ଆପଣ ଆମ ପାଇଁ ପ୍ରତିଦିନ କଠିନ ପରିଶ୍ରମ କରିବା ଏବଂ

ଦେଶର ବିକାଶ ଓ କଲ୍ୟାଣରେ ଅବଦାନ ଦେବା ପାଇଁ ଏକ ପ୍ରେରଣା ସ୍ରୋତ ଅଟନ୍ତି।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande