କେଦାରନାଥ ହେଲି ବୁକିଙ୍ଗ ନାମରେ ହେଉଥିବା ଠକେଇ ଉପରେ ଉତ୍ତରାଖଣ୍ଡ ପୋଲିସର କଡାକଡି,ଅନେକ ନକଲି ୱେବସାଇଟ ଏବଂ ଆକାଉଣ୍ଟରେ ହୋଇଛି କାର୍ଯ୍ୟାନୁଷ୍ଠାନ
ହରିଦ୍ୱାର 1 ଜୁନ (ହି.ସ)-ଉତ୍ତରାଖଣ୍ଡ ସରକାର କେଦାରନାଥ ଯାତ୍ରା ସମୟରେ ହେଲିକ୍ୟାପ୍ଟର ଟିକେଟ ବୁକିଂ ନାମରେ ଚାଲୁଥିବା ଅନଲାଇନ ଠକେଇ ରାକେଟ ବିରୁଦ୍ଧରେ କଠୋର ପଦକ୍ଷେପ ନେଇଛନ୍ତି।ଏପରି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି।ଉତ୍ତରାଖଣ୍ଡ ପୋଲିସର ସ୍ୱତନ
କେଦାରନାଥ ହେଲି ବୁକିଙ୍ଗ ନାମରେ ହେଉଥିବା ଠକେଇ ଉପରେ ଉତ୍ତରାଖଣ୍ଡ ପୋଲିସର କଡାକଡି,ଅନେକ ନକଲି ୱେବସାଇଟ ଏବଂ ଆକାଉଣ୍ଟରେ ହୋଇଛି କାର୍ଯ୍ୟାନୁଷ୍ଠାନ


ହରିଦ୍ୱାର 1 ଜୁନ (ହି.ସ)-ଉତ୍ତରାଖଣ୍ଡ

ସରକାର କେଦାରନାଥ ଯାତ୍ରା ସମୟରେ ହେଲିକ୍ୟାପ୍ଟର ଟିକେଟ ବୁକିଂ ନାମରେ ଚାଲୁଥିବା ଅନଲାଇନ ଠକେଇ

ରାକେଟ ବିରୁଦ୍ଧରେ କଠୋର ପଦକ୍ଷେପ ନେଇଛନ୍ତି।ଏପରି ଲୋକଙ୍କ ବିରୁଦ୍ଧରେ

କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି।ଉତ୍ତରାଖଣ୍ଡ ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏଭଳି ଅନେକ

ନକଲି ୱେବସାଇଟ ,ସୋସିଆଲ ମିଡିଆ ପେଜ ଏବଂ ବ୍ୟାଙ୍କ ଆକାଉଣ୍ଟକୁ ବ୍ଲକ କରିଛି।ଯେଉଁମାନେ

ଭକ୍ତମାନଙ୍କୁ ଠକୁଥିଲେ।ସାଇବର ଅପରାଧୀ ଦ୍ୱାରା ନକଲି ୱେବସାଇଟକୁ ସୋଶିଆଲ ମିଡିଆରେ ପ୍ରଚାର

କରୁଥିଲେ।ଏହି ୱେବସାଇଟ ହେଲିକ୍ୟାପ୍ଟର ଟିକେଟ ନାମରେ ଟଙ୍କା ଆଦାୟ କରୁଥିଲେ।ଟିକେଟ ବୁକିଙ୍ଗ

ଏପରି ସାଇଟ ଗୁଡିକରୁ ଦୃଶ୍ୟମାନ ହେଉଥିଲା ,ଯାହା ସରକାରୀ ନୁହେଁ।ଏହା ସହିତ କମ ମୁଲ୍ୟରେ ଟିକେଟ

ଦେବାର ପ୍ରତିଶୃତି ଦେଇ ଲୋକଙ୍କୁ ପ୍ରଲୋଭିତ କରାଯାଉଥିଲା।ହରିଦ୍ୱାର ପୋଲିସ କ୍ୟାପ୍ଟେନ

ପ୍ରମେନ୍ଦ୍ର ସିଂହ ଡୋବାଲଙ୍କ ଅନୁସାରେ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ଏପର୍ଯ୍ୟନ୍ତ 51

ୱେବସାଇଟ/url କୁ ବନ୍ଦ କରିବା ସହିତ 56 ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି।30 ହ୍ୱାଟସଏପ ନମ୍ବର ବ୍ଲକ

କରାଯାଇଛି ଏବଂ 111 ଫୋନ ନମ୍ବରକୁ ସାଇବର ଠକେଇ ସହିତ ଜଡିତ ଥିବାରୁ ବ୍ଲକ କରାଯାଇଛି।ଏପର୍ଯ୍ୟନ୍ତ

37ରୁ ଅଧିକ ସୋଶିଆଲ ମିଡିଆ ପେଜକୁ ବନ୍ଦ କରାଯାଇଛି,ଯାହା

ଏହି ଠକେଇ ସହିତ ଜଡିତ ଥିବା କୁହାଯାଉଛି।ଉତ୍ତରାଖଣ୍ଡ ପୋଲିସ ଏକ ୟୁଟ୍ୟୁବ ଭିଡିଓ ଜାରି କରି

ଭକ୍ତମାନଙ୍କୁ ଅନଲାଇନ ଟିକେଟ ବୁକିଙ୍ଗ ସମୟରେ ସତର୍କ ରହିବାକୁ ନିବେଦନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande