ଗ୍ୱୌହାଟୀ 11 ଜୁନ (ହି.ସ)-ମଧ୍ୟପ୍ରଦେଶର ବାସିନ୍ଦା ରାଜା
ରଘୁବଂଶୀଙ୍କ ହତ୍ୟା ଘଟଣାର ତଦନ୍ତକୁ ମେଘାଳୟ ପୋଲିସ ତ୍ୱରାନ୍ୱିତ କରିଛି।ସେ ଗିରଫ
ଅଭିଯୁକ୍ତମାନଙ୍କୁ ଜଣ ଜଣ କରି ଶିଲଂ ଆଣୁଛନ୍ତି।ମେଘାଳୟ ପୋଲିସ ଅପରେସନହନିମୁନ ଅଧୀନରେ ରାଜା ହତ୍ୟାକାଣ୍ଡର ଚାରିଜଣ
ଅଭିଯୁକ୍ତଙ୍କୁଆଜି ସକାଳ ଆଠଟା ସମୟରେ ବିମାନ
ମାଧ୍ୟମରେ ଗୁୱାହାଟୀର ବୋରଝାର ସ୍ଥିତ ବିମାନବନ୍ଦରକୁ ଅଣାଯାଇଛି। ସ୍ଥାନୀୟ ପୋଲିସ ଅଧିକାରୀଙ୍କ
ଅନୁଯାୟୀ ମେଘାଳୟ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଇନ୍ଦୋରରୁ ଦିଲ୍ଲୀ ଆଣିଥିଲେ।ଏହାପରେ ସମସ୍ତ
ଚାରିଜଣଙ୍କୁ ଦିଲ୍ଲୀରୁ ବିମାନ ମାଧ୍ୟମରେ ଗୁୱାହାଟୀ ଅଣାଯାଇଥିଲା।ଗୁୱାହାଟୀରୁ ପୋଲିସ ଦଳ ସଡକ ପଥରେ
ରାଜଧାନୀ ଶିଲଂ ଅଭିମୁଖେ ଯାତ୍ରା କରିଥିଲେ।ଶିଲଂରେ ଚାରି ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ
କରାଯିବ।ଦାବି କରାଯାଇଛି ଯେ ଚାରି ଅଭିଯୁକ୍ତ ରାଜା ରଘୁବଂଶୀଙ୍କ ହତ୍ୟା ପାଇଁ ସ୍ୱୀକାର
କରିଛନ୍ତି।ତଥାପି ଏ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରାଯାଇନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା