ବଲାଙ୍ଗିର, 12 ଜୁନ୍ (ହି.ସ.)
ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ପିପି ଏକାଡେମୀ ସଭାଗୃହରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଟାଇକଣ୍ଡୋ ସଂଘ ସଂପାଦକ ତଥା ଜାତୀୟ ସ୍ତରୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ ଯୋଗଦାନ ଦେଇଥିଲେ । ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓ ପରିବେଶ ମନ୍ତ୍ରୀ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରିଥିବାରୁ ମୁଖ୍ୟ ଅତିଥି ଶ୍ରୀ ପଟେଲ ଯୁବ କୁଲୁତା ସମାଜ ସଂଗଠନ ତଥା ଯୁବ ସଭାପତି ଅସୀମ ଭୋଇଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଟାଇକଣ୍ଡୋ ଖେଳ ମାଧ୍ୟମରେ ଛାତ୍ରୀ ଛାତ୍ର ନିଜକୁ ସୁରକ୍ଷା ଦେବା ସଙ୍ଗେ ନିଜ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ଟାଇକଣ୍ଡୋ ଅନୁଷ୍ଠାନ ପାଇଁ ଭିତ୍ତିଭୂମିର ଆବଶ୍ୟକତା ରହିଥିବା ଜିଲ୍ଲା ଟାଇକଣ୍ଡୋ ସଂଘ ସଭାପତି ହେମନ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଓଡିଶା ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ ତଥା ଆନ୍ତର୍ଜାତୀୟ ଟାଇକଣ୍ଡୋ ମାଷ୍ଟର ମନମୋହନ ଭଞ୍ଜ ଉପସ୍ଥିତ ରହି ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ୮୬ ଜଣ ପ୍ରତିଯୋଗି ଭାଗ ନେଇଥିଲେ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଉତ୍ତିନ୍ନ ହୋଇଥିବା ଛାତ୍ର ଛାତ୍ରୀମାନେ ଆଗାମୀ ଜୁଲାଇ ମାସରେ ହେବାକୁ ଥିବା ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ବୋଲି କୋଚ ଅସିମ ଭୋଇ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ