ଜାମ୍ମୁ 12 ଜୁନ
(ହି.ସ)-ଜାମ୍ମୁ -ଶ୍ରୀନଗର ଜାତୀୟ ରାଜପଥ ଆଜି ଯାନବାହାନ ଚଳାଚଳ ପାଇଁ ପୁନଃସ୍ଥାପିତ
କରାଯାଇଛି।ଏହି ସମୟରେ ଛୋଟ ଯାନବାହାନକୁ ରାଜପଥର ଉଭୟ ପାର୍ଶ୍ୱରୁ ଯିବାକୁ ଅନୁମତି ଦିଆଯାଇଥିବାବେଳେ
ବଡ ଯାନବାହାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ପଠାଯାଉଛି।
ଟ୍ରାଫିକ ବିଭାଗର ଅଧିକାରୀ କହିଛନ୍ତି
ଯେ ଜାମ୍ମୁ-ଶ୍ରୀନଗର ରାଜପଥରେ ଯାନବାହାନ ଚଳାଚଳ ସ୍ୱଭାବିକ ଭାବରେ ଜାରି ରହିଛି।ଛୋଟ ଯାନବାହାନଗୁଡିକୁ ସେମାନଙ୍କ ଲେନରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଓଭରଟେକ ନ
କରିବାକୁ ପରାମର୍ଶ ଦିଆଯାଇଛି ଯାହାଦ୍ୱାରା ରାଜପଥରେ ଟ୍ରାଫିକ ଜାମ ସ୍ଥିତି ଉତ୍ପନ ନ ହୁଏ।ଏହି
ସମୟରେ ଛୋଟ ଯାନଗୁଡିକୁ ଜାମ୍ମୁରୁ ଶ୍ରୀନଗର ଏବଂ ଶ୍ରୀନଗରରୁ ଜାମ୍ମୁ ଉଭୟ ପାର୍ଶ୍ୱରେ ପଠାଯାଉଥିବାବେଳେ
ବଡ ଯାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାକୁ ଅନୁମତି ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା