ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ସାଉଥ୍ କୋରିଆରେ ଆୟୋଜିତ ଏସିଆନ୍ ଆଥଲେଟ୍ ଚାମ୍ପିଅନସିପର ରିଲେରେ ସେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ଆଥଲେଟ୍ ଶ୍ରାବଣୀ ନନ୍ଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ଏକ୍ସରେ ନବୀନ ପୋଷ୍ଟ କରିଛନ୍ତି ଓଡ଼ିଶାର ଗର୍ବ ଶ୍ରାବଣୀ ନନ୍ଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ସାଉଥ୍ କୋରିଆରେ ଆୟୋଜିତ ଏସିଆନ୍ ଆଥଲେଟ୍ ଚାମ୍ପିଅନସିପର ରିଲେରେ ସେ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ରାଜ୍ୟର କ୍ରୀଡ଼ାବିତଙ୍କୁ ଏହା ପ୍ରେରଣା ଯୋଗାଇବ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା