ଭୁବନେଶ୍ୱର,୧୨ ଜୁନ୍ (ହି.ସ.)- ଯାଜପୁରରେ ଝାଡା ବାନ୍ତି ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି ବୋଲି କହିଛନ୍ତି ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ। ସେ କହିଛନ୍ତି ଯେ ସଠିକ ବ୍ୟବସ୍ଥା ଜାଣିବା ଓ ଲୋକଙ୍କୁ ସେବା ଦେବା ପାଇଁ ସମସ୍ତେ ନିୟୋଜିତ ଅଛନ୍ତି। ବଡ଼ଚଣା, ଦାନଗଦି, ଧର୍ମଶାଳା, ବ୍ୟାସନଗର, ଯାଜପୁରରେ ଝାଡା ବାନ୍ତି ବ୍ୟାପିଛି । ଭୋଜି ଖାଇବା ପରେ ଏବଂ ଭୋଜି ଖାଦ୍ୟକୁ ତାପରଦିନ ବାସି ଖାଦ୍ୟ ଖାଇବା ପରେ ଏ ଘଟଣା ଘଟିଛି। ପାଣିରେ ସମସ୍ୟା ନାହିଁ। ପାଖାପାଖି ୨୫୦ ଲୋକ ପ୍ରଭାବିତ ହୋଇଛନ୍ତି । ସବୁ ପରୀକ୍ଷା କରାଯାଇଛି । ଯେଉଁଠି ଘଟଣା ଘଟିଛି ଏବଂ ବାହାରେ ପାଣି ପରୀକ୍ଷା କରାଯାଇଛି । ପାଣି ର ସମସ୍ୟା ନାହିଁ । ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ କୂଅ, ନଳକୂପ ରେ ବ୍ଲିଚିଙ୍ଗ ସିଂଚନ କରାଯାଉଛି । ଟେଙ୍କରରେ ପାଣି ଯୋଗାଯାଉଛି । ବିଭାଗ ତତ୍ପର ଅଛି ଏବଂ ବିଭାଗର ମନିଟରିଙ୍ଗ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା