ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର : ମନ୍ଦିର ଉନ୍ନତିକରଣ ଅଧାରେ, ଆଗକୁ ବର୍ଷା : ରାଣୀପୁର ଝରିଏଲ ଜାତୀୟ ସଂଗ୍ରାଳୟରୁ ଫଟୋଚିତ୍ର ଗାୟବ
ବଲାଙ୍ଗିର, ୧୪ ଜୁନ୍ (ହି.ସ.)- ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିର ଜିଲ୍ଲାର ଉପ-ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଜନପ୍ରତିନିଧିମାନଙ୍କୁ ଦାବି ଜଣାଇଲେ ମଧ୍ୟ ତିଳେମାତ୍ର କାର୍ଯ୍ୟ ହୋଇନଥିବାର ଦାବି କରାଯାଇଛି । ଐତିହ୍ୟ ସ
ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର : ମନ୍ଦିର ଉନ୍ନତିକରଣ ଅଧାରେ ଆଗକୁ ବର୍ଷା ରାଣୀପୁର ଝରିଏଲ ଜାତୀୟ ସଂଗ୍ରାଳୟରେ ଫଟୋଚିତ୍ର ଗାୟବ


ବଲାଙ୍ଗିର, ୧୪ ଜୁନ୍ (ହି.ସ.)- ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । ଦେବାଳୟ ସୁରକ୍ଷା କମିଟି ବଲାଙ୍ଗିର ଜିଲ୍ଲାର ଉପ-ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଜନପ୍ରତିନିଧିମାନଙ୍କୁ ଦାବି ଜଣାଇଲେ ମଧ୍ୟ ତିଳେମାତ୍ର କାର୍ଯ୍ୟ ହୋଇନଥିବାର ଦାବି କରାଯାଇଛି । ଐତିହ୍ୟ ସମ୍ପନ୍ନ ବଲାଙ୍ଗିର ଜିଲ୍ଲାର ପାଟଣା ରାଜ୍ୟର ଇଷ୍ଟଦେବୀ ମା ପାଟଣେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ୧ କୋଟି ୧୨ ଲକ୍ଷ ଟଙ୍କା, ମା ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ୩ କୋଟି ୧୫ ଲକ୍ଷ ୮୦ ହଜାର ଟଙ୍କା ଏବଂ ଗୋପାଳଜୀ ମନ୍ଦିର ପାଇଁ ୫ କୋଟି ୭୦ ଲକ୍ଷ ୭୨ ହଜାର ଟଙ୍କା, କୋଶଳ କଳାମଣ୍ଡଳ ଉନ୍ନତିକରଣ ପାଇଁ ୩ କୋଟି ୭୦ ଲକ୍ଷ ଏବଂ ୫୦୦ ବିଶିଷ୍ଟ ଅଡିଟରିୟମ ପୂର୍ବତନ ସରକାର ଜରିଆରେ ଅର୍ଥ ଅନୁଦାନ ବିଭିନ୍ନ ଉନ୍ନତି ସକାଶେ ଅର୍ଥ ଦେଢ ବର୍ଷରୁ ଉର୍ଦ୍ଧ୍ୱ ହେବ ପଡିରହିଛି । ଆସନ୍ତା ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଗସ୍ତ ଓ ଚାଷୀ ସମାବେଶ ଅବସରରେ ୪ ଗୋଟି ଦାବି ବଲାଙ୍ଗିର ଉଦ୍ଦେଶ୍ୟରେ ଆମର ଦାବି । ଓଡିଶା ଅସ୍ମିତାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିକରଣ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାର ଐତିହ୍ୟ ବହନ କରୁଥିବା ରାଣିପୁର ଝରିଏଲ ରୁ ବିରଳ ଫଟୋଚିତ୍ର ଗାୟବ । ଜାତୀୟ ସଂଗ୍ରାହଳୟରେ କିଛି ଉଦ୍ଦେଶ୍ୟ କାରଣରୁ ଏହାକୁ କଢାଯାଇଛି, ଏହାକୁ ପୁନର୍ବାର ଲଗାଇବା ପାଇଁ ଦାବି । ବଲାଙ୍ଗିର ଲୋଇସିଂହା ନିର୍ବାଚନ ମଣ୍ଡଳି କୁଶଙ୍ଗାଇ ଦେବୀ ମନ୍ଦିର ଉନ୍ନତିକରଣ ପାଇଁ ୪ କୋଟି ଟଙ୍କା ଦାବି ଏବଂ ପର୍ଯ୍ୟଟନ ମାନ୍ୟତା ଦାବି । ସାଉନ୍ତପୁର ସାଉନ୍ତେଶ୍ୱରୀ ଦେବିଙ୍କ ମନ୍ଦିର ଉନ୍ନତିକରଣ ପାଇଁ ଅର୍ଥ ବରାଦ କରିବା ପାଇଁ ଦାବି ହୋଇଛି । ଗତ ୧୭ ତାରିଖ ଦିନ ଆୟୋଜିତ ହେଉଥିବା ଚାଷୀ ସମାବେଶରେ ଘୋଷଣା କରାଯାଉ ଯେ, ପୋନି ସୁଗରକୁ ପୁନଃଉଦ୍ଧାର କରାଯାଉ, କାରଣ ବଲାଙ୍ଗିର ଶିଳ୍ପ ବିହିନ ଥିବାରୁ ଏହି ପୋନି ସୁଗର ଚାଲିଲେ କୃଷକମାନେ ଉପକୃତ ହେବେ । ଐତିହ୍ୟ ବହନ କରୁଥିବା ସର୍ବପୁରାଣ ଜଳଗଞ୍ଜନ ପ୍ରେସ କୁ ପୁନଃଉଦ୍ଧାର ଦାବି ଏବଂ ୧୭ ଗୋଟି ଜଳାଶୟକୁ ପୁନଃଉଦ୍ଧାର କରିବା ପାଇଁ ଦାବି ହୋଇଛି ।

ଦାବିପତ୍ର ପ୍ରଦାନ ସମୟରେ ଦେବାଳୟ ସୁରକ୍ଷା କମିଟିର ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ପ୍ରଶାନ୍ତ ମହାକୁର, ଶମ୍ଭୁ ଶତପଥି, ଆଲୋକ ମିଶ୍ର, ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ଆଶୁତୋଷ ବାଗ ପ୍ରମୁଖ ସାମିଲ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande