ଯୋଡ଼ା,14 ଜୁନ୍ (ହି.ସ.)- ମୁଖ୍ୟମନ୍ତ୍ରୀଙ୍କ ଜିଲାର ଖଣି କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ଅପରାଧିକ ମାମଲା । ଦୁଇ ଦିନ ପୂର୍ବରୁ ଯୋଡ଼ା ଥାନା ଅଞ୍ଚଳରେ ଦିନ ଦୁଇ ପହରରେ ବନ୍ଧୁକ ମୁନରେ ଏକ ବ୍ୟାଙ୍କ ଲୁଟ ରେ ଲକ୍ଷାଧିକ ଟଙ୍କା ସହ ସୁନା ଲୁଟ ଘଟଣା ଘଟିବାର ଦୁଇ ଦିନ ପରେ ସୀମାନ୍ତ ବଲାଣି ଥାନା କ୍ଷେତ୍ରରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍) ଅଧୀନସ୍ଥ ବଲାଣି ଲୌହ ଖଣିରେ ଦୁଇ ଉଚ୍ଚପଦସ୍ତ ଅଧିକାରୀ ଙ୍କ ଘରେ ପୁଣି ସୁନା ଓ ନଗଦ ଲୁଟିବାରେ ସକ୍ଷମ ହୋଇଛନ୍ତି ଦୃବୁର୍ତ୍ତ । ସୂଚନା ଅନୁସାରେ ବଲାଣି ଲୌହ ଖଣିରେ କାର୍ଯ୍ୟରତ ଦୁଇ ଉଚ୍ଚପଦସ୍ତ ଅଧିକାରୀଙ୍କ କ୍ୱାଟର ରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଲୁଟ ହୋଇଥିବା ଜଣାପଡିଛି । ଖବର ଅନୁସାରେ ବଲାଣି ଲୌହ ଖଣିର ଅଧିକାରୀଙ୍କ କଲୋନୀ କଲୋନୀରୁ ଗୋଟିଏ ରାତିରେ ଏହି ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ସମ୍ନା ସାମ୍ନି ରହିଥିବା ଦୁଇ ପଡ଼ୋଶୀଙ୍କ ଘରେ କେହି ନଥିବା ଅବସ୍ଥାରେ ଏଜି ଘଟଣା ଘଟିଛି ।କ୍ୱାଟର ସଂଖ୍ୟା ଇ୬/ ୧୮ ଓ ଇ୬/୧୯ ରେ ଗୁରୁବାର ରାତିରେ ଏହି ଚୋରି ଘଟଣା ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । କ୍ୱାଟର ସଂଖ୍ୟା ଇ୬/ ୧୮ରେ ପ୍ଲାଣ୍ଟ ବିଭାଗର ବରିଷ୍ଠ ପ୍ରବନ୍ଧକ ସୁରେଶ ଚନ୍ଦ୍ର ମହାନ୍ତି ରହୁଥିବା ବେଳେ ଇ୬/୧୯ ରେ ମେକାନିକାଲ ବିଭାଗର ସହ ମହାପ୍ରବନ୍ଧକ ସହନବାଜ ଆଲାମ ରହୁଥିଲେ । ଶ୍ରୀ ମହାନ୍ତିଙ୍କ ଘର କବାଟ କୁ ଭାଙ୍ଗି ଦୃବୁର୍ତ୍ତ ମାନେ ଘରେ ପ୍ରବେଶ କରି ଆଲମିରା ଲୋକର ଭାଙ୍ଗି ଆନୁମାନିକ ୨୦ ରୁ ୨୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରିଥିବା ବେଳେ ପଡୋଶୀ ଶ୍ରୀ ଆଲମଙ୍କ ଘରେ କବାଟର ତାଲା ଭାଙ୍ଗି ଦୃବୁର୍ତ୍ତ ମାନେ ପ୍ରବେଶ କରି ଆଲମିରା ସମେତ ସମସ୍ତ ଜିନିଷ ପତ୍ର ଛୀନ ଭିନ କରି ପକେଇଛନ୍ତି । ତେବେ ଉଭୟଙ୍କ ଘରୁ କେତେ ମୁଲ୍ୟ ର ସମ୍ପତ୍ତି ଲୁଟ ହୋଇଛି ତାହା ସ୍ପଷ୍ଟ ଜଣା ପଡିନାହିଁ । ଉଭୟ ପରିବାର ବଲାଣି ଫେରିବା ପରେ କେତେ ମୂଲ୍ୟର ସମ୍ପତ୍ତି ଚୋରି ହୋଇଛି ତାହା ସ୍ପଷ୍ଟ ହେବ ବୋଲି ପଡୋଶୀ ମାନେ କହିଛନ୍ତି । ତେବେ କିଛି ପଡୋଶୀ ଏହି ଘଟଣା ଶନିବାର ଜାଣିବା ପରେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବଲାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ବୋଲି ଜଣା ପଡ଼ିଛି । ତେବେ ସୀମାନ୍ତ ବଲାଣିରେ ବାରମ୍ବାର ଚୋରୀ ଘଟଣା ସାମ୍ନାକୁ ଆସୁଥିବା ବେଳେ ବଲାଣି ପୁଲିସ କୌଣସି ଏକ ଚୋରି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ସଫଳତା ପାଇନଥିବା ବେଳେ ଏହା ପୁଲିସ ପାଇଁ ଆହ୍ୱାନ ପାଲଟିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ