ଡକାୟତି ଯୋଜନା ପଣ୍ଡ , ୬ ଗିରଫ
ଭୁବନେଶ୍ୱର,୧୪ ଜୁନ୍ - ନନ୍ଦନକାନନ ଥାନା କଲ୍ୟାଣପୁର ଅଂଚଳରେ ଡକାୟତି ଯୋଜନା ପଣ୍ଡ ହୋଇଛି। ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ୬ ଜଣ ଡକାୟତଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ୬ଟି ଗୁଳି, ଲୁହା ରଡ଼, ଖଣ୍ଡା ସହ ସ୍କୋର୍ପିଅ ଗାଡି ଓ ଦୁଇଟି ବାଇକ
ଡକାୟତି ଯୋଜନା ପଣ୍ଡ , ୬ ଗିରଫ


ଭୁବନେଶ୍ୱର,୧୪ ଜୁନ୍ - ନନ୍ଦନକାନନ ଥାନା କଲ୍ୟାଣପୁର ଅଂଚଳରେ ଡକାୟତି ଯୋଜନା ପଣ୍ଡ ହୋଇଛି। ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ୬ ଜଣ ଡକାୟତଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ, ୬ଟି ଗୁଳି, ଲୁହା ରଡ଼, ଖଣ୍ଡା ସହ ସ୍କୋର୍ପିଅ ଗାଡି ଓ ଦୁଇଟି ବାଇକ ଜବତ ହୋଇଛି। ଗିରଫ ଡକାୟତ ମାନେ ହେଲେ ସୁଶୀଲ କୁମାର ସାହୁ, ସନ୍ତୋଷ ବେହେରା, ଜିତେନ୍ଦ୍ର ସ୍ୱାଇଁ, ମନୋଜ ସ୍ୱାଇଁ, ପ୍ରତାପ ସ୍ୱାଇଁ ଏବଂ ଗଣେଶ ଜେନା। ଗିରଫ ଅଭିଯୁକ୍ତ ମାନଙ୍କ ନାଁରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ ମାମଲା ରହିଥିବା ତଦନ୍ତରୁ ଜଣାପଡିଛି। ବନ୍ଧୁକ କେଉଁଠୁ ଆଣିଲେ ସେନେଇ ଖୋଳତାଡ ଚାଲିଛି ବୋଲି କହିଛନ୍ତି ଜୋନ -୬ ଏସିପି ସୋନାଲି ପରମର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande