ମୁମ୍ବାଇ, 15 ଜୁନ୍ (ହି.ସ.)- ପୁଣେ ଜିଲ୍ଲାର କୋଢୱା
ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଟିମ୍ ସେନାର ଗୁଇନ୍ଦା ବିଭାଗ ସହଯୋଗରେ ଚାରିଜଣ ବାଂଲାଦେଶୀ
ନାଗରିକଙ୍କୁ ଗିରଫ କରିଛି। ଏହି ଚାରିଜଣ ବେଆଇନ ଭାବେ ଭାରତକୁ ପ୍ରବେଶ କରିଥିଲେ ଏବଂ ଗତ ଚାରି
ମାସ ଧରି ନକଲି କାଗଜପତ୍ରର ଆଧାରରେ କୋଁଢୱା ଅଞ୍ଚଳରେ ବସବାସ କରୁଥିଲେ।
ଘଟଣାର ତଦନ୍ତ କରୁଥିବା ପୋଲିସ
ଅଧିକାରୀ ରବିବାର ଦିନ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ ଦଳକୁ ସେନାର ଗୁଇନ୍ଦା ବିଭାଗ ଦ୍ୱାରା
ଏହି ଚାରିଜଣ ବ୍ୟକ୍ତି ଭାରତରେ ବେଆଇନ ଭାବେ ପ୍ରବେଶ କରିଛନ୍ତି ବୋଲି ଗୋପନୀୟ ସୂଚନା
ମିଳିଥିଲା। ଏହି ସୂଚନା ଅଧାରରେ ଏଟିଏସ, ସେନା ଓ କୋଁଢୱା ଥାନା ପୁଲିସ ସଂଯୁକ୍ତ ଭାବେ କାର୍ଯ୍ୟାନୁଷ୍ଠାନ ଚଳାଇ ଶୁକ୍ରବାର ଦିନ ଜଣେ
ଅଭିଯୁକ୍ତକୁ ଗିରଫ କରିଥିଲେ। ଅଭିଯୁକ୍ତର ସୂଚନା ଅନୁସାରେ ଶନିବାର ଦିନ ଅନ୍ୟ ତିନିଜଣଙ୍କୁ
ମଧ୍ୟ ଗିରଫ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା