ଭୁବନେଶ୍ୱର, ୧୬ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ୧ ଜୁନ୍ ରୁ ୧୬ ଜୁନ୍ ସୁଦ୍ଧା ୫୬.୯ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଏହି ସମୟରେ ସ୍ୱାଭାବିକ୍ ବର୍ଷା ୮୩.୦ ମି.ମି ରହିଥାଏ । ଏହି ଅବଧି ମଧ୍ୟରେ ୫ ଜିଲ୍ଲାରେ ଅତ୍ୟଧିକ, ୬ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୧୪ ଜିଲ୍ଲାରେ ନିଅଂଟିଆ ଏବଂ ଅନ୍ୟ ୫ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ