ଜୟପୁର, ୧୬ ଜୁନ୍ (ହି.ସ.)- ଗୁଲୁମି ଜଳପ୍ରପାତକୁ ବୁଲିବାକୁ ଆସି ଜଳପ୍ରପାତରେ ବୁଡ଼ି ୨ ନାବାଳକ ନିଖୋଜ l ରିଲ୍ସ ବନେଇବା ହେଲା କାଳ l ନିଖୋଜ ନାବାଳକ ମାନେ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ପଞ୍ଚାୟତ କିରନ ମୀର୍ଗାନ (ବୟସ ୧୬)ବର୍ଷ ଓ ଆଲୋକ ରାଜସୁନା (ବୟସ ୧୬ ବର୍ଷ) ବୋଲି ଜଣାପଡିଛି l
ସୂଚନା ଅନୁଯାୟୀ, କୋଷାଗୁମୁଡ଼ା ଅଞ୍ଚଳରୁ ୫ ଜଣ ସାଙ୍ଗ ରଜରେ ଗୁଲୁମି ଜଳପ୍ରପାତକୁ ବୁଲିବାକୁ ଆସିଥିଲେ l ହେଲେ ରିଲ୍ସ କରୁଥିବା ସମୟରେ ୨ ଜଣ ସାଙ୍ଗ ଜଳପ୍ରପାତର ଜଳ ରାଶିରେ ବୁଡ଼ିଯାଇଥିଲେ l ଖବର ପାଇ କୋଟପାଡ଼ ଅଗ୍ନିଶମ ବାହିନୀ ଜଳପ୍ରପାତ ନିକଟରେ ପହଞ୍ଚି ଖୋଜାଖୋଜି କାର୍ଯ୍ୟ ଜାରି ରଖିଛି l କୋଟପାଡ଼ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି l
ହିନ୍ଦୁସ୍ଥାନ ସମାଚାର / ପିକେପି