ଚିକିତ୍ସାରେ ଅବହେଳାରୁ ଶିଶୁକନ୍ୟାର ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା, ଡାକ୍ତରଙ୍କୁ ମାଡ
ମାଲକାନଗିରି, ୧୬ ଜୁନ୍ (ହି.ସ.)- ଗତକାଲି ଅପରାହ୍ନ ସମୟରେ ଏକ ୫ ବର୍ଷର ଶିଶୁକନ୍ୟା ଖେଳିବା ସମୟରେ ପଡିଯାଇ ମୁଣ୍ଡରେ ଆଘାତ ଲାଗିଥିବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ବିଳମ୍ବରେ ପହଞ୍ଚିବା ଫଳରେ କନ୍ୟାଟିର ମୃତ୍ୟୁ ଘଟିଥିଲା। ଫଳରେ
ଚିକିତ୍ସାରେ ଅବହେଳାରୁ ଶିଶୁକନ୍ୟାର ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା, ଡାକ୍ତରଙ୍କୁ ମାଡ


ମାଲକାନଗିରି, ୧୬ ଜୁନ୍ (ହି.ସ.)- ଗତକାଲି ଅପରାହ୍ନ ସମୟରେ ଏକ ୫ ବର୍ଷର ଶିଶୁକନ୍ୟା ଖେଳିବା ସମୟରେ ପଡିଯାଇ ମୁଣ୍ଡରେ ଆଘାତ ଲାଗିଥିବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ବିଳମ୍ବରେ ପହଞ୍ଚିବା ଫଳରେ କନ୍ୟାଟିର ମୃତ୍ୟୁ ଘଟିଥିଲା। ଫଳରେ ଲୋକମାନେ ଉତ୍ତେଜିତ ହୋଇ ଭଙ୍ଗାରୁଜା କରିବା ସହିତ ଡାକ୍ତରଙ୍କୁ ମାଡ ମାରିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ମାଲକାନଗିରି ସଦର ମହକୁମା ସ୍ଥିତ ଟିନା ଗ୍ୟାରେଜ ସାହିରେ ରହୁଥିବା ଲଳିତ ପାତ୍ରଙ୍କ ୫ ବର୍ଷର ଶିଶୁକନ୍ୟା ଆରାଧ୍ୟା ଗତକାଲି ଅପରାହ୍ନରେ ଖେଳୁ ଖେଳୁ ପଡିଯିବା ଫଳରେ ଏକ ଲୁହାଗ୍ରିଲ ସହ ମୁଣ୍ଡଟି ଧକ୍କା ହୋଇ ରକ୍ତ ସ୍ରାବ ହୋଇଥିଲା। ଫଳରେ ପରିବାର ଲୋକମାନେ ତୁରନ୍ତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଝିଅର ଅବସ୍ଥା ଭଲ ନଥିବାରୁ ଅସ୍ତ୍ରୋପଚାର ବିଶେଷଜ୍ଞ ଡାକ୍ତର ସପନ କୁମାର ଡିଣ୍ଡାଙ୍କୁ ବାରମ୍ବାର ମୋବାଇଲ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ ଉଠାଇ ନଥିଲେ। ସାଢେ ଦୁଇ ଘଣ୍ଟା ବିଳମ୍ବରେ ଆସି ହସ୍ପିଟାଲରେ ଆହାତ ଶିଶୁ କନ୍ୟାଟିକୁ ଦେଖି ଗୋଟିଏ ଇଞ୍ଜେକସନ ଦେଇ କହିଥିଲେ ଯେ କିଛି ହେବ ନାହିଁ ଅଧଘଣ୍ଟା ପରେ ଠିକ୍ ହୋଇଯିବ। ଶିଶୁ କନ୍ୟାର ବାପା ଭଲ ଭାବରେ ଦେଖିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ସପନ କୁମାର ଡିଣ୍ଡା ଗୁରୁତ୍ବ ଦେଇ ନଥିଲେ। ସେ ପ୍ରାଇଭେଟ୍ କ୍ଲିନଂ ଯିବାକୁ ବିଳମ୍ବ ହୋଇଯିବ ବୋଲି କହିଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଇତି ମଧ୍ୟରେ ଶିଶୁକନ୍ୟାଟିର ମୃତ୍ୟୁ ଘଟିଥିଲା। ଫଳରେ ଲୋକମାନେ ଉତ୍ତେଜିତ ହୋଇ ଡାକ୍ତର ସପନ କୁମାର ଡିଣ୍ଡାକୁ ମୁଥ ଓ ଚାପୁଡାର ପିଟିଥିଲେ। ସେ ତରବର ହୋଇ ଏକ ପ୍ରକୋଷ୍ଠରେ କବାଟ କିଳି ଆତ୍ମରକ୍ଷା କରିଥିଲେ। ଉତ୍ୟକ୍ତ ଲୋକମାନେ ମେଡ଼ିକାଲର ଜିନିଷ ପତ୍ର ଭଙ୍ଗାରୁଜା କରିଥିଲେ। ଖବର ପାଇ ମାଲକାନଗିରି ପୋଲିସ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ସିଡିଏମଓ ବ୍ରଜବନ୍ଧୁ ଦାଶ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ମୃତ ଶିଶୁ କନ୍ୟାର ପିତା ଲଳିତ ପାତ୍ର ଡାକ୍ତର ସପନ କୁମାର ଡିଣ୍ଡାଙ୍କ ବଦଳି କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତେବେ ଏସଂପର୍କରେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଚିକିତ୍ସାଧିକାରୀ ବ୍ରଜ ବନ୍ଧୁ ଦାଶ କହିପାରେ ଏବଂ ପୋଲିସ ଓ ଉପଜିଲ୍ଲାପାଳ ଲୋକମାନଙ୍କୁ ବୁଝାସୁଝା ପରେ ଉତ୍ତେଜନା ଶାନ୍ତ ପଡ଼ିଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande