୨ ବାଇକ୍ କୁ ପିଟିଲା କାର୍ : ଯୁବତୀ ସମେତ ୪ ମୃତ, ଜଣେ ଆହତ
ପେଂଡ୍ରା/ରାୟପୁର, ୧୬ ଜୁନ୍ (ହି.ସ.)- ଛତିଶଗଡ଼ ରାଜ୍ୟର ପେଂଡ୍ରା ଥାନା ଅନ୍ତର୍ଗତ ମଝଗବା ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୃତ ଗତିରେ ଯାଉଥିବା ଏକ କାର୍ ଦୁଇ ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ୍ ରେ ଯାଉଥିବା ୩ ଜଣ ଯୁବକ ସହିତ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଦୁର୍ଘଟଣାରେ କାର୍ ଚାଳ
୨ ବାଇକ୍ କୁ ପିଟିଲା କାର୍ : ଯୁବତୀ ସମେତ ୪ ମୃତ, ଜଣେ ଆହତ


ପେଂଡ୍ରା/ରାୟପୁର, ୧୬ ଜୁନ୍ (ହି.ସ.)- ଛତିଶଗଡ଼ ରାଜ୍ୟର ପେଂଡ୍ରା ଥାନା ଅନ୍ତର୍ଗତ ମଝଗବା ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୃତ ଗତିରେ ଯାଉଥିବା ଏକ କାର୍ ଦୁଇ ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ୍ ରେ ଯାଉଥିବା ୩ ଜଣ ଯୁବକ ସହିତ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଦୁର୍ଘଟଣାରେ କାର୍ ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ସେ ବିଳାସପୁର ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

ଅତିରିକ୍ତ ପୋଲିସ ଅଧିକ୍ଷକ ଓମ୍ ଚନ୍ଦେଲ ସୋମବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଗତ ରାତିରେ ପେଂଡ୍ରା ଥାନା ଅନ୍ତର୍ଗତ ଦୁବଟିୟା ମଝଗବା ମୁଖ୍ୟ ରାସ୍ତାର ସେବରା ଗ୍ରାମ ନିକଟରେ କାର୍ ଚାଳକ ସ୍ନେହିଲ ଗୁପ୍ତା ନିଶାଗ୍ରସ୍ତ ଅବସ୍ଥାରେ ଦୁଇ ପୃଥକ୍ ପୃଥକ୍ ବାଇକ୍ ଚାଳକଙ୍କୁ ସାମ୍ନାରୁ ଧକ୍କା ଦେଇଥିଲେ । ବାଇକ୍ କୁ ପିଟିବା ପରେ କାର୍ ମଧ୍ୟ ଗଛରେ ପିଟି ହୋଇଥିଲା । ଦୁର୍ଘଟଣାରେ ବାଇକ୍ ରେ ଯାଉଥିବା ୩ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଗୁରୁତର ଯୁବତୀଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବିଳାସପୁର ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଗଙ୍ଗାରାମ, ରାମାବତାର ସିଂହ, ଭୂପେନ୍ଦ୍ର ମରାବି ଏବଂ ଯୁବତୀ ଶାନୁ କେବଂଟ । ଦୁର୍ଘଟଣାରେ କାର୍ ଚାଳକ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଳାସପୁର ସ୍ଥାନାନ୍ତରିତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande