ଜୟପୁର, ୧୬ ଜୁନ୍ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ଠାରେ ଚଳିତ ବର୍ଷ ନୂତନ ଭାବ ସ୍ଥାପନ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ୨୦୦ ସିଟ ପାଇଁ ୧୦୦୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ସମ୍ମନ୍ନୟ ଆଦିବାସୀ ଉନ୍ନୟନ୍ନ ସଂସ୍ଥାର ଅସ୍ଥାୟୀ ଭବନ ଠାରେ ଗତ ୨ ତାରିଖ ଠାରୁ ଫର୍ମ ପ୍ରଦାନ କାର୍ଯ୍ୟ ଆରମ୍ଭ ହେବା ସହ ଆଜି ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆବେଦନ ଅନ୍ତିମ ଦିବସ ରହିଥିଲା । ଚଳିତ ବର୍ଷ ନୂତନ ପାଠ୍ୟକ୍ରମ ନିମନ୍ତେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ପାଇଁ ପ୍ରଥମ ଶ୍ରେଣୀରେ ୨୬୧, ୨ୟ ଶ୍ରେଣୀରେ ୨୨୩, ୩ୟ ଶ୍ରଣୀରେ ୨୧୬, ୪ର୍ଥ ଶ୍ରେଣୀରେ ୧୨୯ ଏବଂ ୫ମ ଶ୍ରେଣୀ ପାଇଁ ୧୮୦ ଜଣ ଆବେଦନ କରିବା ସହ ପଂଜୀକୃତ କରିଛନ୍ତି । ଆସନ୍ତା ୨୧ ତାରିଖ ସୁଦ୍ଧା ସମସ୍ତ ଫର୍ମ ଗୁଡିକ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ଏବଂ ଜୁନ ୨୨ ଓ ୨୩ ତାରିଖ ଠାରୁ ଛାତ୍ରଛାତ୍ରୀଙ୍କ ପ୍ରବେଶ ପ୍ରକିୟା ଆରମ୍ଭ କରାଯାଇ ଜୁଲାଇ ପହିଲାରୁ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜୟପୁର ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଭାରାପ୍ରାପ୍ତ ଅଧ୍ୟକ୍ଷ ହରିହର ପଣ୍ଡା ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି